ମୋ ଟିଭି ଓଡିଶା / ଗଞ୍ଜାମ :
ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଘର କବାଟ ଭାଙ୍ଗି ଆଲମିରା ଭିତରୁ ଦୁର୍ବୃତ୍ତ ନେଇଗଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଥାନାରେ ଅଭିଯୋଗ । ମିଳିଥିବା ସୂଚନା ଅନୁଯାୟୀ ମଥୁରା ଗ୍ରାମର ଆକାଶ ତରେଇ ଗତ କିଛି ଦିନ ହେଲା ପୁରୁଷୋତ୍ତମପୁର ସ୍ଥିତ ନିଜ ଅଜାଙ୍କ ଘରକୁ ପରିବାର ସହ ଯାଇଥିଲେ । ତେବେ ଆଜି ସକାଳ ୮ ଟା ସମୟରେ ଆକାଶ ପରିବାର ସହ ଗ୍ରାମରେ ପହଞ୍ଚିବା ପରେ ଘରର ବାରିପଟ କବାଟ ଭଙ୍ଗା ଯାଇଥିବା ବେଳେ ଘର ଭିତରେ ଥିବା ଆଲମିରା ଭାଙ୍ଗିଯାଇ ଥିବା ଦେଖିବାକୁ ପାଇଥିଲେ । ଏବଂ ଆଲମିରା ଭିତରେ ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା ସହ ୫ ରୁ ୬ ତୋଳା ରୂପା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ଏହି ଘଟଣା ସୋମବାର ବିଳମ୍ବିତ ରାତିରେ ଘଟି ଥିବା ଆକାଶ କହିଛନ୍ତି । ଅନ୍ୟପଟେ ଖବର ପାଇ ଦିନ ସାଢ଼େ ୧୧ ଟା ସମୟରେ ଖଲ୍ଲିକୋଟ ଥାନା ଏସ ଆଇ ଦେବଦତ୍ତ ପ୍ରିୟଦର୍ଶୀ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।