MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୁଣାତ୍ମକ ଶିକ୍ଷାରେ ବାଧକ ଶ୍ରେଣୀ ଗୃହ, ୫ କୋଠରୀରେ ୮ ଶ୍ରେଣୀର ପାଠପଢା


ମୋ ଟିଭି ଓଡିଶା / ଆଗରପଡ଼ା : ୦୯/୦୮

ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ଏବଂ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ କରିବା ସହ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ପାଇଁ ମାଗଣା ବହି,ପୋଷାକ,ମଧ୍ୟାହ୍ନ ଭୋଜନ ଆଦିର ବ୍ୟବସ୍ଥା ରହିଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ବାସ୍ତବ କ୍ଷେତ୍ରରେ ଏହା ଶିକ୍ଷାର ମାନ ବୃଦ୍ଧିରେ ସହାୟକ ହୋଇପାରୁନାହିଁ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ ପଂଚାୟତ ଅନ୍ତର୍ଗତ ଚାରିଗାଁ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ଏଠାରେ ଗୁଣାତ୍ମକମାନର ଶିକ୍ଷା କିପରି ମିଳୁଛି ତାହା ଜାଣି ହେବ । ୧୯୫୩ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୧୧୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୮ଟି ଶ୍ରେଣୀ ପାଇଁ ୫ଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୭ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହା ମଧ୍ୟରେ ୭୧ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ହୋଇପାରିନାହିଁ । ବିଦ୍ୟାଳୟରେ ମାତ୍ର ୫ଟି ଶ୍ରେଣୀଗୃହ ରହିଥିବାରୁ ଗୋଟିଏ ଗୃହରେ ୧ମ ଓ ୩ୟ ଶ୍ରେଣୀ ଏବଂ ଅନ୍ୟଏକ ଗୃହରେ ୨ୟ ଓ ୪ର୍ଥ ଶ୍ରେଣୀର ପିଲାମାନେ ମିଳିମିଶି ପଢୁଥିବାର ଜଣାପଡ଼ିଛି । ସେହିପରି ୫ମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଶ୍ରେଣୀଗୃହର ଅବସ୍ଥା ମଧ୍ୟ ଶୋଚନୀୟ । ଗୋଟିଏ ଗୃହରେ ୨ଟି ଶ୍ରେଣୀର ପିଲାଙ୍କୁ ୨ଜଣ ଶିକ୍ଷକ ଏକ କାଳୀନ ଶିକ୍ଷାଦାନ କରୁଥିବାରୁ ଏଠାରେ ଗୁଣାତ୍ମକ ମାନର ଶିକ୍ଷା କିପରି ଭାବରେ ପ୍ରଦାନ କରାଯାଉଥିବ ତାହା ସହଜରେ ଅନୁମେୟ । ବିଦ୍ୟାଳୟ ପରିସରରେ ଥିବା ପୁରାତନ ଗୃହକୁ ଭଙ୍ଗା ଯାଉନଥିବାରୁ ତାହା କୋମଳମତି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଏତେ ପୁରାତନ ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଲାଗି ରହିଥିବାରୁ ଏହା କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଇବା ସୁନିଶ୍ଛିତ । ଉକ୍ତ ସମସ୍ୟାକୁ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ ସେ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାକୁ ପରିଚାଳନା କମିଟି ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଥିବା ବେଳେ ସ୍ଥାନୀୟ ସରପଂଚ ପ୍ରତିନିଧିଙ୍କୁ ଯୋଗାଯୋଗ କରିବାରୁ ସେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏଡି ସମସ୍ୟା ବିଷୟରେ ଅବଗତ ଅଛନ୍ତି ଏବଂ ଖୁବ୍ ଶୀଘ୍ର ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଲେଆଉଟ୍ ଦେବେ ବୋଲି ପ୍ରକାଶ କରିଥିଲେ । ତେଣୁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ସହ ସେମାନଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଅଭିଭାବକଙ୍କ ପକ୍ଷରୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।