MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ, ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ

ମୋଟିଭି ଓଡିଶା : ଓଡ଼ିଶାରେ ଆଜି ହଉଛି ପ୍ରଥମ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ନୂଆକରି ଭୋଟ ଦେଉଥିବା ଭୋଟରଙ୍କ ମନରେ ଅନେକ ଉତ୍ସାହ ରହିଛି।୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ନିଜର ମୂଲ୍ୟବାନ ଭୋଟ ଦେଇ ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର।  

ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଥିବା ଇସିଆଇ ଆପରେ ସୂଚନା ଦିଆଯାଇଛି। ସେଥିରେ ଗଜପତି ଜିଲ୍ଲାରେ ୧୦.୨୦ ପ୍ରତିଶତ, ଗଞ୍ଜାମରେ ୬.୮୧ପ୍ରତିଶତ,ଚଳାହାଣ୍ଡିରେ ୯.୦୬ପ୍ରତିଶତ, କୋରାପୁଟରେ ୧୩.୧୪ ପ୍ରତିଶତ, ମାଲକାନଗିରିରେ ୯.୧୫ପ୍ରତିଶତ, ନବରଙ୍ଗପୁରରେ ୮.୮୭ପ୍ରତିଶତ, ମୋହନାରେ ୯.୫୦ପ୍ରତିଶତ, ପାରଳାଖେମୁଣ୍ଡିରେ ୧୧ପ୍ରତିଶତ, ବ୍ରହ୍ମପୁରରେ ୫.୦୫ପ୍ରତିଶତ, ଛତ୍ରପୁର ୫.୯୩ ପ୍ରତିଶତ, ଚିକିଟି ୭.୧୦ ପ୍ରତିଶତ, ଦିଗପହଣ୍ଡି ଓ ଗୋପାଳପୁରରେ ୮ପ୍ରତିଶତ ମତଦାନ ହୋଇଛି।

ତେବେ ଗଣତନ୍ତ୍ର ଏହି ମହାପର୍ବରେ ସମସ୍ତେ ସାମିଲ ହେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣମାନଙ୍କ ପ୍ରତିଟି ଭେଟ୍‌‌ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖ୍ୟାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।