ଆଗରପଡ଼ା,ତା୩୧/୮: ଆଗରପଡ଼ା ବଜାର ଅଂଚଳରେ କୌଶଳ ରଥ ଶନିବାର ପରିକ୍ରମା କରିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନେ ଏହି ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦେଇଛନ୍ତି । ସ୍ଥାନୀୟ ଅଂଚଳର ପ୍ରବେଶପଥରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ପାରମ୍ପାରିକ ଶୈଳୀରେ ପ୍ୟାରେଡ଼,ନୃତ୍ୟାଦି ପ୍ରଦର୍ଶନ କରି ରଥକୁ ସ୍ୱାଗତ କରି କୃଷ୍ଣଚରଣ ବିଦ୍ୟାମନ୍ଦିର ନିକଟକୁ ଆଣିଥିଲେ । ଏଥିରେ ଏନସିସି, ସ୍କାଉଟ୍ସ, ଗାଇଡ୍ସ ଛାତ୍ରଛାତ୍ରୀଙ୍କ ସମେତ ଛାତ୍ରମାନେ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏଠାରେ ରଥ ଅଟକିବା ପରେ ବିଭିନ୍ନ ଅଂଚଳର ଛାତ୍ରଛାତ୍ରୀ ନିଜ କୌଶଳ ଓ ବୁଦ୍ଧି ଦ୍ୱାରା ପ୍ରସ୍ତୁତ ଓ ରଥରେ ସ୍ଥାନିତ ଉଚ୍ଚକୋଟୀର ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରମାନେ ପରିଦର୍ଶନ କରିବା ସହ ଏହାର ପ୍ରସ୍ତୁତ କୌଶଳ ସଂପର୍କରେ ଗାଇଡ଼୍ମାନଙ୍କ ଠାରୁ ପଚାରି ବୁଝିଥିଲେ । କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନା,ଅଶୋକ ଖିଲାର,ନାରାୟଣ ଦାସ,ସରକାରୀ ବାଳିକା ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ରାଉଳ,ରଂଜିତା ଶିଅଳ,ବନଜିନୀ ନାୟକ,ଭୀମସେନ ପାଳ,ଭାଗ୍ୟଶ୍ରୀ ପଣ୍ଡା,ପ୍ରମୋଦିନୀ ସାହୁ,ସାଗରୀକା ମହାନ୍ତି,ଇତୀଶ୍ରୀ ସାହୁ, ମହାନ୍ତିପଡ଼ା ଆଶାମଣୀ ବିଦ୍ୟାପୀଠ ପ୍ରଧାନଶିକ୍ଷକ ଗଂଗାଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।