MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ କୋଇଲି ଯାଉ ଖାଇ ମୃତ ହୋଇଥିବା ଘଟଣାରେ ରାଜନେତା ଙ୍କ ମାଣ୍ଡିପଙ୍କା ଗ୍ରସ୍ତ ।

ଆମ୍ବ ଟାକୁଆ ଯାଉ ଖାଇ ଦୁଇ ମହିଳା ମୃତ୍ୟୁ ଘଟଣା ର ୯ ଦିନ ପରେ ଘଟଣା ସ୍ଥଳରେ ଆଜି ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର


ଦାରିଙ୍ଗବାଡି,ମୋଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)


ଆମ୍ବ ଟାକୁଆ ଯାଉ ଖାଇ ଦୁଇ ମହିଳା ମୃତ୍ୟୁ ଘଟଣା ର ୯ ଦିନ ପରେ ଘଟଣା ସ୍ଥଳରେ ଆଜି ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ,ଗ୍ରାମରେ ପହଞ୍ଚି ମୃତକ ପରିବାର ଙ୍କ ସହ ଆଲୋଚନା କରିବା ସହିତ ସମସ୍ତ ଗ୍ରମାବାସୀ ଉପସ୍ଥିତ ରହିଥିଲେ, ଗ୍ରାମବାସୀ ଙ୍କ ଅଭିଯୋଗ ଶୁଣିଥିଲେ ବିଜେଡି ନେତା ବିଜୟ ମହାପାତ୍ର ଏବଂ ପୂର୍ବତନ ବିଜେଡି ବିଧାୟକ ଥିବା ଉପ-ବାଚସ୍ପତି ସାଲୁଗା ପ୍ରଧାନ ।

ଗ୍ରମାବାସୀ ଙ୍କ ଗୋଟିଏ ଅଭିଯୋଗ ଥିଲା ଯେ ପି ଡ଼ି ଏସ ଚାଉଳ ନଥିବାରୁ ଭୋକ ବିକଳରେ ଆମ୍ବ ଟାକୁଆ ରୁ କୋଇଲି ବାହାର କରି ଯାଉ କରି ଖାଇଥିବା କହିଥିଲେ ମହାପାତ୍ର ଯାହାରି ଫଳରେ ଆଜି ଦୁଇଟି ଅମୂଲ୍ୟ ଜୀବନ ଚାଲିଯିବା ସହ ଦୁଇଟି ଶିଶୁ ଅନାଥ ହୋଇ ଯାଇଛନ୍ତି ।ଏଭଳି ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୟର ନଦେଇ ତାଛଲ୍ୟ କରିଥିବା କହିଛନ୍ତି ଅଞ୍ଚଳ ବାସୀ ।

ଉପମୁଖ୍ୟ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତି ନିନ୍ଦନୀୟ ଆଦିବାସୀ ମାନଙ୍କ ଖାଦ୍ୟ ହେଉଛି ଆମ୍ବ ଟାକୁଆ କୋଇଲି ଯାଉ ବୋଲି । ଆଜି ମାଣ୍ଡି ପଙ୍କା ଗସ୍ତ କରି ସରକାର ଉପରେ ବର୍ଷିଲେ ବିରୋଧି ନେତା । ତେବେ ଗ୍ରାମରେ , ଜିଲାପାଳ, ବିଡ଼ିଓ, ତହସିଲ ଦାର, rdc ପହଞ୍ଚି ବା ପରେ ଗ୍ରାମରେ ଥିବା ଅସୁବିଧା କୁ ଆଖିଆଗରେ ରଖି ଗ୍ରାମରେ ଚାଲିଛି ଉର୍ଣ୍ଣୟନ ମୂଳକ କାଯ୍ୟ ଆରମ୍ଭ ହୋଇଛି ।

ହେଲେ ଗ୍ରାମରେ ନେଟୱ।ର୍କ ନଥିବାରୁ କାଲି ରାତିରେ ଜଣେ ଗର୍ଭବତୀ ମହିଳାଙ୍କୁ ମଟର ସାଇକେଲ ରେ ନେଇ ପ୍ରଥମେ ବ୍ରାମୁଁଣିଗାଁ ପରେ ସେଠାରୁ ପରେ ଆମ୍ବୁଲାସ ମାଧ୍ୟମାରେ ବ୍ରମ୍ମପୁର mkcg ନିଆ ଯାଇଥିଲା ସେଠାରେ ଶିଶୁଟି ଜନ୍ମ ଦେଲାପରେ ମୃତ ବରଣ କରିଥିଲା ।ତୁରନ୍ତ ଗ୍ରାମରେ ନେଟୱାର୍କ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।