MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶିକ୍ଷାନବିଶମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନ ସମାରୋହ ଅନୁଷ୍ଠିତ l

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ଶିକ୍ଷାନବିଶମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଯାପନ ସମାରୋହ ଅନୁଷ୍ଠିତ l
ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିବେ – ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ତା-19-01-2025


ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଆଜି ଓଡ଼ିଶା ପ୍ରଶାସନିକ ଅଧିକାରୀ ଶିକ୍ଷାନବିଶ(ପ୍ରୋବେସନର)ଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ‘ଉଦଯାପନ ସମାରୋହ’ ଅନୁଷ୍ଠିତ ହୋଇଯାଇଛି | ଗତ କିଛି ମାସ ଧରି ଏକାଡେମୀରେ ୧୧୨ ଜଣ ଓଏଏସ ଅଫିସର ପ୍ରଶିକ୍ଷଣର୍ଥୀମାନଙ୍କୁ ତାଲିମ ଦିଆଯାଇଥିଲା  |
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗ ଦେଇ ପ୍ରଶାସନିକ ଅଧିକାରୀମାନେ କିପରି ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ପାରିବେ, ସେ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ। ଶାସନରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ଅନନ୍ୟ ଦକ୍ଷତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଉପଯୁକ୍ତ ଭାବେ ସେବା ଯୋଗାଇଦେବା ପାଇଁ ଟେକ୍ନୋଲୋଜିକୁ ଆପଣାଇବାକୁ ସେ ଅନୁରୋଧ କରିଥିଲେ ।

ନିଯୁକ୍ତି ସୃଷ୍ଟି, ଦକ୍ଷତା ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ଆଲୋକପାତ କରି ସେ ଅଭିନବ ଚିନ୍ତାଧାରା ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟାନ୍ୱୟନ ପ୍ରକ୍ରିୟାକୁ ସରଳ କରିବା, ନାଗରିକଙ୍କ ସମ୍ମାନ ଓ ଶାସନକୁ ସହାନୁଭୂତିର ସହ ସୁନିଶ୍ଚିତ କରିବା ଉପରେ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଥିଲେ l ନୈତିକ ଏବଂ ବୃତ୍ତିଗତ ସଚ୍ଚୋଟତା ବଜାୟ ରଖିବା ସହିତ ସହଯୋଗ କରିବା, ଅନ୍ୟମାନଙ୍କୁ ସଶକ୍ତ କରିବା ଏବଂ ଅଭିବୃଦ୍ଧିର ଏକ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାକୁ ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ଯୁବ ଅଧିକାରୀମାନଙ୍କୁ ପଢ଼ିବା ଓ ଜ୍ଞାନ ଅର୍ଜନ କରିବାର ଅଭ୍ୟାସ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ସେମାନଙ୍କୁ ଅହଂକାରୀ ନ ହେବାକୁ ସେ ପରାମର୍ଶ ଦେଇଥିଲେ। ଆଇନ ଓ ନ୍ୟାୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସହ ଉପନିଷଦ ଓ ଭାଗବତ ଗୀତାରୁ ଉଦାହରଣ ଦେଇ ସେ ନାଗରିକ-କୈନ୍ଦ୍ରିକ ସୁଶାସନ ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ ସହାନୁଭୂତି ବିକଶିତ କରିବା ଆବଶ୍ୟକ ବୋଲି କହିଥିଲେ ।

ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଜି. ମାଥିଭଥନନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରମୁଖ କାର୍ଯ୍ୟକଳାପ ସମ୍ପର୍କରେ ଏକ ଉପସ୍ଥାପନା କରିଥିଲେ। କ୍ଲାସରୁମ୍ ଶିକ୍ଷଣ ଅଧିବେଶନରେ ଅନ୍ତର୍ଭୁକ୍ତିକରଣ ବିକାଶରେ ପ୍ରଶାସନ ଏବଂ ବିଭିନ୍ନ ଉଦୀୟମାନ ବିଷୟ ଯଥା କୃତ୍ତିମ ବୁଦ୍ଧିମତା, ଡିଜିଟାଲ ଭିତ୍ତିଭୂମି, ପାଠ୍ୟକ୍ରମ ଢାଞ୍ଚା ଏବଂ ପାଠ୍ୟକ୍ରମରେ କ୍ୟାମ୍ପସ ବ୍ୟତିରେକ ବାହାରେ ଶିକ୍ଷଣ କାର୍ଯ୍ୟକଳାପର ସମ୍ପ୍ରସାରଣ ସମେତ ବିଭିନ୍ନ ବିଷୟ ଉପରେ ପ୍ୟାନେଲ ଆଲୋଚନା ହୋଇଥିବା ବିଷୟରେ ସେ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ସେଣ୍ଟର ଫର ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ) ଦ୍ୱାରା ପ୍ରସ୍ତୁତ ଓ ସମ୍ପାଦିତ ‘ଓଏଏସ୍ ପ୍ରୋବେସନର୍ସ (ଡିଆର୍) ୨୦୨୧ ର ପୁସ୍ତକ ସମୀକ୍ଷା ସଂକଳନ’କୁ ଉନ୍ମୋଚନ କରିଥିଲେ l

ଓଏଏସ୍ (ଡିଆର୍) ୨୦୨୧ ପାଇଁ ଇଣ୍ଡକ୍ସନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପାଠ୍ୟକ୍ରମ ନିର୍ଦ୍ଦେଶିକା ତଥା ଅତିରିକ୍ତ ନିର୍ଦେଶିକା ଡ. ମୋନାଲିସା ଲେଙ୍କା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଆନୁଷ୍ଠାନିକ ଭବେ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ଉପ ମହା ନିର୍ଦ୍ଦେଶକ ଶ୍ରୀ ଲାଲା ମନୋଜ କୁମାର ରାୟ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଶିବ ନାରାୟଣ ସାହୁ, ଯୁଗ୍ମ ନିର୍ଦ୍ଦେଶକ (ଅର୍ଥ ଓ ହିସାବ ) ଶ୍ରୀ ଦେବକଲ୍ୟାଣ ବେହେରା, ନିର୍ଦ୍ଦେଶକ (ସିଜିଜିଓ) ଡ. ଶଶାଙ୍କ ଗ୍ରହlଚାର୍ଯ୍ୟ , ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ସମସ୍ତ କର୍ମଚାରୀ ଓ ଟିମ୍ ‘ସେଣ୍ଟର ଫର ଗୂଡ଼ ଗଭର୍ଣ୍ଣାନ୍ସ’ର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।