ଖୋର୍ଦ୍ଧା : ୨୬/୧୧/୨୪
ଭାରତ ସରକାର ଗାଡିମୋଟର ଧୁଆଁ ଯୋଗୁଁ ପରିବେଶ ପ୍ରଦୁଷଣହେଉଛି। ପ୍ରଦୁଷଣକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଟେକ୍ନୋଲୋଜି ବାହାର କରିଛନ୍ତି। ଭାରତ ସରକାରଙ୍କ ଗେଲ ଇଣ୍ଡିଆ ପକ୍ଷରୁ ସୁନେଇରୂପେଇ ନିକଟରେ ଥିବା କୁବେର ପେଟ୍ରୋଲ ପମ୍ପରେ ଆଜି ସିଏନଜି ଫିଲିଗଂ ଉଦଘାଟିତ ହୋଇଯାଇଛି।
ସିଏନଜି ଫିଲିଗଂ କୁ ଉଦଘାଟନ କରିଛନ୍ତି ଗେଲ ଇଣ୍ଡିଆ ମାର୍କେଟିଂ ଡାଇରେକ୍ଟର ମନୋଜ କୁମାର ଓ ବିପିସିଏଲର ଓଡିଶା ମୂଖ୍ୟ ମୈନାକ ମୁଖାର୍ଜୀ। ୧୬ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା -ବ୍ରହ୍ମପୁର ମଧ୍ୟରେ ସିଏନଜି ଫିଲିଗଂ ଷ୍ଟେସନ ନଥିବାରୁ ଗାଡି ଚାଳକ ମାନେ ବିଭିନ୍ନ ସମୟରେ ସମସ୍ୟା ରେ ପଡିଥାନ୍ତି। ସିଏନଜି ବ୍ୟବହାର କୁ ବଢାଇବା ପାଇଁ ଗେଲ ଇଣ୍ଡିଆ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା, ବ୍ରହ୍ମପୁର, ବାଲୁଗାଁ, ରଣପୁର ଓ ନୟାଗଡ଼ ଅଂଚଳରେ ବିଭିନ୍ନ ସର୍ଭେ ସରିଛି ଖୁବ କମଦିନ ମଧ୍ୟରେ ପ୍ରତ୍ୟେକ ଅଂଚକୁ ସଂଯୋଗ କରୁଥିବା ରାସ୍ତାରେ ସିଏନଜି ଫିଲିଗଂ ଷ୍ଟେସନ କରି ଉତ୍ତମ ସେବା ଯୋଗାଇଦେବାକୁ ଲକ୍ଷ ରଖିଛି ଗେଲ ଇଣ୍ଡିଆ।
କୁବେର ପେଟ୍ରୋଲ ପମ୍ପରେ ସିଏନଜି ଫିଲିଗଂ ଷ୍ଟେସନ ହୋଇଥିବାରୁ ଏଠାରେ ଗାଡିମୋଟର ଅଧିକ ରହିବ ଓ ବ୍ୟବସାୟ ଭଲ ହୋଇପାରିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମ୍ୟାନେଜର। ଅନ୍ୟ ପଟେ ଆଜି କୁବେର ପେଟ୍ରୋଲ ସିଏନଜି ପକ୍ଷରୁ ନୂତନ ଫିଲିଗଂ ଷ୍ଟେସନ ଖୋଲିଥିବାରୁ ପ୍ରଥମ ଦିନରେ ସିଏନଜି ଗ୍ରାହକ ମାନଙ୍କୁ କୁବେର ପେଟ୍ରୋଲ ପକ୍ଷରୁ ଆକର୍ଷଣୀୟ ଉପହାର ଦେଇଥିବା ଜଣାପଡିଛି ଗ୍ରାହକ ମାନେ ମଧ୍ୟ ବେଶ ଖୁସି ଅଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।