ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁ ମାନେ ଏକତ୍ରିତ ହୋଇ ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ଉପଲକ୍ଷେ ସମଗ୍ର ମାର୍କେଟର ଆଲୋକିକରଣର କରାଯାଇଛି l

ଏହି ଅବସରରେ ଏଥିରେ ମାର୍କେଟର ବରିଷ୍ଠ ବ୍ୟବସାୟୀ ସି.ଏଚ.ଭୂଷଣ ପାତ୍ର ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ସୁଇଚ ଟିପି ଉଦଘାଟନ କରିଥିଲେ l

ଏଥିରେ ସଂଘର କାଳିନ୍ଦୀ ଚରଣ ପଣ୍ଡା, ପୁରୁଷୋତ୍ତମ ଡାକୁଆ, ପଦ୍ମନାଭ ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, ସୁଶାନ୍ତ କୁମାର ପାଣିଗ୍ରାହୀ, ଧର୍ମେନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଦାସ ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।