କଲକାତା ଲଜ୍ଜା ଘଟଣା ପରେ କଟକ ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ଗିରଫ କରାଯିବା ପରେ ଏବେ ତାଙ୍କୁ ହସ୍ପିଟାଲରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କାଉନସିଲର ଜରୁରୀ ବୈଠକ ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି। ଘଟଣାରେ ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡିଏମଇଟି ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ। ଶୁକ୍ରବାର ମେଡିକାଲ କଲେଜର କାଉନସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗତ ସପ୍ତାହରେ ଦୁଇ ମହିଳା ରୋଗୀ ଏସସିବିର ହୃଦରୋଗ ବିଭାଗକୁ ଯାଇଥିବା ବେଳେ ଡାକ୍ତର ଦିଲବାଗ୍ ସିଂହ ଠାକୁର ଚିକିତ୍ସା ବାହାନାରେ ଉଭୟଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡିତାଙ୍କ ସମ୍ପର୍କୀୟ ଏସସିବି ମେଡିକାଲରେ ପାଠ ପଢୁଥିବାରୁ ଏ ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ପ୍ରବଳ ମାଡ ମରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୀଡିତା ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିବାରୁ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗକୁ ଭିତ୍ତି କରି କମିଶନରେଟ ପୁଲିସ ମାମଲା ରୁଜୁ କରି ଡାକ୍ତର ଦିଲବାଗ ସିଂହଙ୍କୁ ଗିରଫ କରିଥିଲା।
ଏସସିବିରେ ଦୁଷ୍କର୍ମ ଘଟଣା; ବହିଷ୍କୃତ ହେଲେ ଡାକ୍ତର

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।