ପ୍ୟାରିସ ଅଲିମ୍ପକ୍ସରେ ଇତିହାସ ରଚିଛି ଭାରତ । ବ୍ରୋଂଚ ମେଡାଲ ଜିତି ଏହି ଉପଲବ୍ଧି ହାସଲ କରିଛି ଭାରତୀୟ ହକି ଟିମ୍ । ହରମନପ୍ରୀତି ସିଂଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ସ୍ପେନକୁ ୨-୧ ଗୋଲରେ ହରାଇଛି । ପ୍ରଥମ କ୍ବାର୍ଟରରେ କୌଣସି ବି ଟିମ ଗୋଲ କରିପାରିନଥିଲେ । କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆଉ ରୋମାଂଚକର ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ସ୍କୋର କରିଥିଲେ । ଦ୍ବିତୀୟାର୍ଧର ୩୦ ମିନିଟରେ ହରମନପ୍ରୀତ ଗୋଲ କରିଥିଲେ । ଦ୍ବିତୀୟାର୍ଧ ଶେଷ ସୁଦ୍ଧା ଦୁଇଟି ଟିମ ୧-୧ ଗୋଲରେ ବରାବର ରହିଥିଲେ । ତୃତୀୟ କ୍ବାର୍ଟରରେ ହରମନପ୍ରୀତି ସିଂ ଆଉ ଗୋଟିଏ ଗୋଲ ଦେଇଥିଲେ । ୩୩ତମ ମିନିଟରେ ଏହି ଗୋଲ ହୋଇଥିଲା । ଆଉ ଚତୁର୍ଥ କ୍ବାର୍ଟର ସରିବା ବେଳକୁ ଭାରତ ଲିଡରେ ରହିଥିଲା । ଏଭଳି ଭାବେ ଭାରତ ମ୍ୟାଚକୁ ୨-୧ରେ ଜିତି ନେଇଛି । ଦୁଇଟି ପେନାଲଟି କର୍ଣ୍ଣରକୁ ହରମନପ୍ରୀତି ସିଂ ଗୋଲରେ ପରିଣତ କରିଥିଲେ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବି ଭାରତ ବ୍ରୋଂଜ ମେଡାଲ ପାଇଥିଲା । ୧୯୭୨ ମସିହାପରେ ପରେ ଏଭଳି ହୋଇଛି ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ମେଡାଲ ଜିତିଛି । ୫୧ ବର୍ଷ ପରେ ଭାରତ ଏଭଳି ଇତିହାସ ରଚିଛି । ଭାରତର ଏହି ବିଜୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
More Stories
ବେଙ୍ଗାଲୁରୁ ପରେ ଅହମଦାବାଦରେ ଚାଇନାର ନୂଆ ଭାଇରସ୍ ଚିହ୍ନଟ।
ସନୋଜ ନାଏକ ମେମୋରିଆଲ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।
ଜାତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ।