ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ) ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ସେଥି ପାଇଁ
ଗାଁ ଠୁ ସହର ଯାଏଁ ଭିଡ଼ ଦେଖିବା ପାଇଁ ମିଳୁଛି। ଏହି ଯୋଜନାରେ ସାମିଲ ହେବା ପାଇଁ ବର୍ତ୍ତମାନ ଜନସେବା କେନ୍ଦ୍ର ଓ ବ୍ୟାଙ୍କ ଆଗରେ ମହିଳା ହିତାଅଧିକାରୀ ଙ୍କ
ଆଧାର ସହ ନିଜ ଫୋନ ନମ୍ବର ସଂଯୋଗ କରିବା ପାଇଁ ଲମ୍ବା ଧାଡ଼ି ଲାଗୁଛି। ଆଦିବାସୀ ଅଧ୍ୟୁଷିତ
ଅଞ୍ଚଳ ରେ କୌଣସି ସରକାରଙ୍କ ଆଧାର କେନ୍ଦ୍ର ବ୍ୟବସ୍ଥା ନଥିବାରୁ ମହିଳା ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ଫାଇଦା ନେଇ କିଛି ଜନସେବା କେନ୍ଦ୍ରର ଅସାଧୁ ପରିଚାଳକ ଲୁଟିବାରେ ଲାଗିଛନ୍ତି । ଗଡ଼ମା ଗ୍ରାମ ର ସଂଯୁକ୍ତା କନ୍ଧ ଏବଂ ତାଜୁଙ୍ଗାଲ ମାଝୀ ଙ୍କ ଆଧାର ସହ ଫୋନ ନମ୍ବର ଲିଙ୍କ କରିବା ପାଇଁ ତାଙ୍କ ଠାରୁ ୨୫୦ ଟଙ୍କା ଆଦାୟ କରିବା ନେଇ ମହିଳା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମିତି ଯଦି ଗରିବ ଶ୍ରେଣୀର ଲୋକଙ୍କ ଠାରୁ ଜନସେବା କେନ୍ଦ୍ର ପରିଚାଳକ ଠକିବେ ତାହେଲେ ଲୋକେ କାହାକୁ ଭରସା କରିବେ । ଏ ନେଇ ବୁଦ୍ଧିଯିବୀ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ,ଏହି ସମସ୍ୟା ର ସମାଧାନ ପାଇଁ ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।