ଦାରିଙ୍ଗବାଡି,ମୋଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଠାରେ ଆଜି ମା ପାଟଖଣ୍ଡା ଗ୍ରାମ୍ୟ କମିଟି ତରଫରୁ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଆଜି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ସହ ଦୁର୍ଗା ପୂଜା ଅନୁଷ୍ଠିତ ହେବାକୁ ଯାଉଛି। କମିଟି ସଦସ୍ୟ ପୂଜକ ପ୍ରକାଶ ଶତପଥୀ ଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଅଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତି ପଦା ଠାରୁ ଅଶ୍ୱିନ ମାସ ବିଜୟା ଦଶମୀ ପର୍ଯ୍ୟନ୍ତ ମା ଦୁର୍ଗା ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଡ଼ାଗୁଡା ପୂଜା ମଣ୍ଡପରେ ନବରାତ୍ରି ପୂଜା କରାଯିବ।
ତେଣୁ ମା ପାଟଖଣ୍ଡା ଗ୍ରାମ୍ୟ ପୂଜା କମିଟି ସଭାପତି ଧିରଜ କୁମାର ପତି, କମିଟିର ଉପଦେଷ୍ଟା ସୌଭାଗ୍ୟ କୁମାର ସୁବୁଦ୍ଧି ଏବଂ ମୂର୍ତ୍ତୃଞ୍ଜୟ ପଣ୍ଡା ଙ୍କୁ କମିଟି ତରଫରୁ ସମ୍ପୂର୍ଣ୍ଣ ଦାଇତ୍ୱ ଦେଇଥିବା ବେଳେ ତାଙ୍କ ସହ ଯୋଗା ଯୋଗ କରିବା ପାଇଁ କମିଟି ପକ୍ଷରୁ ସୁଚନା ଦିଆ ଯାଇଛି। ଚଳିତ ବର୍ଷ ପୂଜା କାର୍ଯ୍ୟରେ ଦଶହରା ଉପଲକ୍ଷେ ଶିବମନ୍ଦିର ପ୍ରାଙ୍ଗଣରେ ବୁଡ଼ାଗୁଡ଼ା ଗ୍ରାମ୍ୟ କମିଟିର ବୈଠକ ହୋଇଥିଲା , ନିଷ୍ପତ ଅନୁଯାଇ ଆଜି ସାମାଜିକ ବହି ଜନମ ନେଇଛି କାନ୍ଦିବା ପାଇଁ ଏବଂ ପୌରାଣିକ ବହି ପୂଜା ହୋଇଥିଲା ।
ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାରମାନେ ଉପସ୍ଥିତ ରହିଥିଲେ । ସେମାନଙ୍କୁ ସହଯୋଗ କରିଥିଲେ ବିଭୁତି ଭୂଷଣ ପାଢ଼ୀ, ସମ୍ପାଦକ ମୁକେଶ ମୁଖୀ, ରାମାୟଣ ନାଟକ ପରିଚାଳକ ସଭାପତି ସୁଦାକର ବିନ୍ଧାଣି, ଦୁର୍ଗାପୂଜା କମିଟି ସଭାପତି ରମେଶ ଚନ୍ଦ୍ର ଦଣ୍ଡସେନା, ପରାମର୍ଶ ଦାତା ବିଜୟ କୁମାର ପତି, ମାଧବ ଗୌଡ଼, ସୁଯ୍ୟନାରାୟଣ ତ୍ରିପାଠୀ, ରାଧାକାନ୍ତ ପାତ୍ର, ସଞ୍ଜୀବ ଗୌଡ଼, ମା ପୂଜାକମିଟି ପୂଜକ ନବକିଶୋର ପାତ୍ର, ସହଯୋଗୀ ରତ୍ନସିଂଙ୍ଗ ପାତ୍ର, ନାରାୟଣ ପାତ୍ର, ଯୁଗେଶ୍ୱର ପାତ୍ର, ଅରଣ୍ୟ କୁମାର ସିଂଦେଓ ପାତ୍ର, ରୂପେଶ ମୁଖୀ, ନେହୁର ପାତ୍ର, ମୃତୁଞ୍ଜୟ ପଣ୍ଡା, ଚନ୍ଦନ ରାଉତ ,ଗଣ ମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ସାହୁ ଏବଂ ଗ୍ରାମବାସୀ ଉପସ୍ଥିତ ରହି ବୁଡ଼ାଗୁଡା ଠାରେ ଚଳିତ ବର୍ଷର ଦୁର୍ଗା ପୂଜା ଶାନ୍ତି ଶୃଙ୍ଖଳାରେ କରାଯିବ ବୋଲି ଜଣାପଡିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।