ମୋ ଟିଭି ଓଡିଶା / କଳାହାଣ୍ଡି:୨୧/୦୬(ସନତ ପ୍ରଧାନୀ)
ଆଜି ସମଗ୍ର ବିଶ୍ଵ ଅନ୍ତର୍ଜାତୀୟ ବିଶ୍ଵ ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ୭ ଟା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।

କାର୍ଯ୍ୟକ୍ରମ ରେ ବିଡ଼ିଓ ସ୍ନେହାପ୍ରଭା ମାଝୀ,ଯୋଗ ପ୍ରଶିକ୍ଷକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ ଓ ଉତ୍ତମ ପଣ୍ଡା ଯୋଗ ଦେଇ ଯୋଗ ହେଉଛି ଭାରତୀୟ ଦର୍ଶନ ଓ ଜ୍ଞାନପୁଞ୍ଜି ର ଏକ ଅନୁଭୂତିସିଦ୍ଧ ବିଭବ। ଯୋଗ କେବଳ ଆସନ, ପ୍ରାଣାୟମ, ଏବଂ ବ୍ୟାୟାମ ନୁହଁ। ଏହା ଏକ ସୁସ୍ଥ ଓ ସମାହିତ ଜୀବନ ଶୈଳୀ। ଯୋଗ ବ୍ୟକ୍ତି ର ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା କରିବା ସହ ତାର ରୋଗ ପ୍ରତିରୋଧକ ଶକ୍ତି ଓ କାର୍ଯ୍ୟ ଦକ୍ଷତା ବଢ଼ାଇଥାଏ। ଯୋଗ କରିବା ଦ୍ୱାରା ସୁସ୍ଥ ଓ ଆତ୍ମବଳ ବୃଦ୍ଧି ନିରାମୟ ଜୀବନର ମୂଳ ମନ୍ତ୍ର ବୋଲି ପରାମର୍ଶ ଦେବା ସହ ଯୋଗ ପ୍ରଶିକ୍ଷଣ ଦେଇଥିଲେ।

କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ କର୍ମଚାରୀ, ମିଶନ ଶକ୍ତିର ମହିଳା କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପରିଚାଳନା କରିଥିଲେ। ସେହିପରି କୋକସରା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ ଓ ବିଜେପି କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦିବସ ପାଳନ କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।