February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିଲା ବ୍ରହ୍ମପୁର ପୋଲିସ

ମୋ ଟିଭି ଓଡିଶା / ବ୍ରହ୍ମପୁର :

 ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆରମ୍ଭ କରି ଅନ୍ୟ ରାଜ୍ୟଗୁଡିକରେ ପ୍ରାୟ ୯୧ଟି ଡକାୟତି ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ । ଏପରିକି ଏହି ଗ୍ୟାଙ୍ଗ ବ୍ରହ୍ମପୁର ସହରରେ ଘର ଭଡ଼ା ନେଇ ରହି ଏକ ଗହଣା ଦୋକାନରୁ ଲୁଟ କରିବା ପରେ ବ୍ରହ୍ମପୁରରୁ ଫେରାର ହୋଇଯାଇଥିଲା । ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଅନ୍ୟ ଏକାଧିକ ସ୍ଥାନରେ ଚଢାଉ କରି ବ୍ରହ୍ମପୁର ପୋଲିସ ଗତକାଲି ୩ ଅଭିଯୁକ୍ତଙ୍କୁ ଧରି ବ୍ରହ୍ମପୁର ଆଣିଛି । ସେମାନଙ୍କଠାରୁ ୧୦କେଜି ଓଜନର ରୂପା ସମେତ ରୂପା ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ୭୫ ହଜାର ଟଙ୍କା ଜବତ କରିବାରେ ପୋଲିସ ସଫଳ ହୋଇଛି ।

ଗତମାସ (ସେପ୍ଟେମ୍ବର)୪ ତାରିଖରେ ବ୍ରହ୍ମପୁର ସହରର ଟାଟାବେଞ୍ଚ ଛକରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ଡକାୟତି ହୋଇଥିଲା । ଦୁର୍ବୃତ୍ତମାନେ ଦୋକାନ ଭାଙ୍ଗି ଏକାଧିକ ଅଳଙ୍କାର ଲୁଟ କରିନେଇଥିଲେ । ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଅପରେସନରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମାୟାଧର ବେହେରା ସହ 6 ଜଣଙ୍କୁ ପୋଲିସ ଗିରଫ କରିଥିଲା । ଗତକାଲି ଆଉ ତିନିଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ କାବୁ କରିପାରିଛି ପୋଲିସ ।

ସେମାନଙ୍କ ଠାରୁ ୧.୫୭ ଲକ୍ଷ ଟଙ୍କା ସମେତ ୫ କେଜି ରୂପା ସହିତ ୫ କେଜି ରୂପା ଗହଣା, ଘର ତାଲା ଭାଙ୍ଗିବା ପାଇଁ ବ୍ୟବହାର ହେଉଥିବା ଗ୍ୟାସ କଟର ମେସିନ ସହିତ ସିଲିଣ୍ଡର, ଏକାଧିକ ମୋବାଇଲ ଫୋନ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି । ଲୁଟ ନେଇ ଜଣାପଡିବା ପରେ ସୁନା ଦୋକାନରେ ରହିଥିବା ସିସିଟିଭି କ୍ୟାମେରା ଭିଡିଓକୁ ନେଇ ତଦନ୍ତ କରିଥିଲା ପୋଲିସ । ଘଟଣାର ହିଞ୍ଜିଳି ଥାନା ଅନ୍ତର୍ଗତ ସିକିରି ଗ୍ରାମର ମାୟାଧର ବେହେରା ନାମକ ଜଣେ ବ୍ୟକ୍ତି ଏହି ଅପରାଧର ମାଷ୍ଟରମାଇଣ୍ଡ ଥିବା ବେଳେ ଏଥିରେ ଦିଲ୍ଲୀ, ହରିଆଣା, ପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶର କୁଖ୍ୟାତ ଲୁଟେରାମାନେ ସାମିଲ ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।