January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏସ୍‌ଏଚ୍‌ଜି ଗ୍ରୁପ୍ ଦ୍ୱାରା ଧାନମଣ୍ଡିରେ ଅନିୟମିତତା ପ୍ରସଙ୍ଗ,ବିଭାଗୀୟ ଅଧିକାରୀଙ୍କ ଅଭିଯୋଗର ତଦନ୍ତ


ମୋ ଟିଭି ଓଡିଶା / ଆଗରପଡ଼ା : ୦୭/୦୮

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ଚାରିଗାଁ ଗ୍ରାମ ପଂଚାୟତର ଜନପ୍ରତିନିଧି ଓ ଚାଷୀବୃନ୍ଦ ଧାନ କ୍ରୟ କରିବା ନିମନ୍ତେ ଆଜକୁ ୪ବର୍ଷ ଧରି ଧାନମଣ୍ଡି ଦାଇତ୍ୱରେ ଥିବା ଚକ୍ରାପାଢୀ ସ୍ଥିତ ମା’ ବୁଢୀଜାଗୁଳାଇ ଏସ୍‌ଏଚ୍‌ଜି ଗ୍ରୁପ୍ ଦ୍ୱାରା ହୋଇଥିବା ବିଭିନ୍ନ ଅନିୟମିତତାକୁ ନେଇ ଗତ ଜୁଲାଇ ମାସ ୧ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିଲେ । ଚାଷୀଭାଇମାନେ ଧାନବିକ୍ରୀ ବାବଦରେ ଅନ୍‌ଲାଇନ୍ ପାଇଁ ଆବଶ୍ୟକୀୟ କାଗଜପତ୍ର ମଣ୍ଡିରେ ଦେଇଥିଲେ ସୁଦ୍ଧା ତାହାକୁ ସୂଚାରୁରୂପେ ନତୁଲାଇ ତାଙ୍କୁ(ଏସ୍‌ଏଚ୍‌ଜି ଗ୍ରୁପ୍ )ସୁହାଇବା ପରି ଚାଷୀଙ୍କୁ ପ୍ରୋତ୍ସାହିତ କରିବା । ବିଭିନ୍ନ ଆଳଦେଖାଇ ଚାଷୀଙ୍କୁ ହଇରାଣ ହରକତ କରିବା । ଯେଉଁ ମାନଙ୍କ ଚାଷଜମି ନଥାଏ ସେମାନଙ୍କ ନାମରେ ଅନ୍ୟମାନଙ୍କ ଜାଗଜପତ୍ରକୁ ନେଇ ଭାଗଚାଷୀ ଦର୍ଶାଇ ଅନ୍‌ଲାଇନ୍ କରିବା । କ୍ଷୁଦ୍ରଚାଷୀ ଧାନମଣ୍ଡିରେ ଅନ୍‌ଲାଇନ୍ କରିଥିଲେ ସୁଦ୍ଧା ଧାନବିକ୍ରିରୁ ବଂଚିତ କରାଇବା । ଧାନମଣ୍ଡିରେ କରାଯାଇଥିବା କମିଟିରେ ମଧ୍ୟ ପାତରଅନ୍ତର କରିବା । ଅନ୍ୟ ପଂଚାୟତବାସୀଙ୍କୁ ଧାନମଣ୍ଡିରେ ଧାନ ବିକ୍ରୀପାଇଁ ସୁଯୋଗ ଦେବା ହେତୁ ନିଜ ପଂଚାୟତବାସୀ ଧାନ ପକାଇବାରେ ଅସୁବିଧାର ସମ୍ମୁଖିନ ହେବା । ଏହିସବୁ କାରଣରୁ ଚାଷୀ ବାଧ୍ୟହୋଇ ଦଲାଲକୁ ଧାନ ବିକ୍ରୀକରି ଉଚିତ୍ ମୂଲ୍ୟ ପାଇବାରୁ ବଂଚିତ ହେବା ଆଦି ପ୍ରସଙ୍କକୁ ନେଇ ଅଭିଯୋଗ ହୋଇଥିଲା । ଜନପ୍ରତିନିଧି ଓ ଚାଷୀବୃନ୍ଦଙ୍କ ଅଭିଯୋଗକୁ ବିଚାରକୁ ନେଇ ଜିଲ୍ଲାପାଳ ଏହାର ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ଗତ ମଙ୍ଗଳବାର ବନ୍ତ ବ୍ଲକ ସିଡ଼ିପିଓ ରିତାରାଣୀ ମାଝୀ,ଯୋଗାଣ ଅଧିକାରୀ,ଓଏଲଏମ,ବିପିଏମ୍ ଏବଂ ସର୍କଲ ପରିଦର୍ଶିକା ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତ ସମୟରେ ସ୍ଥାନୀୟ ସରପଂଚଙ୍କ ସମେତ ଅଭିଯୋଗକାରୀ ଉପସ୍ଥିତ ଥିବାବେଳେ ମା’ବୁଢୀଜାଗୁଳାଇ ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଂପାଦକ ସ୍ୱପ୍ନା ସରୀତା ପଣ୍ଡା ଓ ସଭାପତି ମାଳତୀ ସାହୁ ମଧ୍ୟ ଉପସ୍ଥିତ ଥିଲେ । ତଦନ୍ତ ସମୟରେ ୨୦୨୪-୨୫ବର୍ଷ ପାଇଁ କୌଣସି କମିଟି ଗଠନ କରାଯାଇନଥିବା ଏବଂ ୨୦୨୩ରେ ଗଠନ କରାଯାଇଥିବା କମିଟିରେ କମିଟି ସଦସ୍ୟଙ୍କ ଦସ୍ତଖତ ନକଲି ହୋଇଥିବା ଜଣାପଡ଼ିଥିଲା । ବିଭିନ୍ନ ଚାଷୀାଙ୍କ ଅଭିଯୋଗର ତଦନ୍ତ ମଧ୍ୟ କରାଯାଇଥିଲା । ତଦନ୍ତ ସମୟରେ ଚକ୍ରାପାଢୀ ଗ୍ରାମରେ ମଣ୍ଡି ଖୋଲିବା ପାଇଁ ଉପଯୁକ୍ତ ଜାଗା ଥିଲେ ସୁଦ୍ଧା କାହାର ପରାମର୍ଶ ବିନା ଓ ବିନା ରିଜୋଲ୍ୟୁସନରେ ତେଲନଟି ଗ୍ରାମରେ ଧାନମଣ୍ଡି ଖୋଲାହୋଇଥିବା ଜଣାପଡ଼ିଥିଲା । ଦଦନ୍ତ ସମୟରେ ମା’ବୁଢୀଜାଗୁଳାଇ ଏସ୍‌ଏଚ୍‌ଜି ଗ୍ରୁପ୍ ଦ୍ୱାରା ଏହିପରି ବିଭିନ୍ନ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।