ଦାରିଙ୍ଗବାଡି,ମୋଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ଚଳିତବର୍ଷ ଦାରିଙ୍ଗବାଡି ଠାରେ ହେବାକୁ ଯାଉଥିବା ମହୋତ୍ସବ କାଯ୍ୟକ୍ରମ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ କୁ ଭେଟିଛନ୍ତି ଦାରିଙ୍ଗବାଡିର ଶୀତ ମହୋତ୍ସବ କମିଟି ।କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଆସନ୍ତା ୧୧ ତାରିଖ ଦିନ ଶୀତ ମହୋତ୍ସବ ଉଦ୍ଘାଟିତ ହେବ। ଏନେଇ ଗୁରୂବାର ଦିନ ଅପରାହ୍ନରେ ପୋଷ୍ଟର ଉନ୍ମୋଚିତ ହୋଇଯାଇଥିଲା ଏହାକୁ ସମିତି ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ ଏବଂ ବିଡ଼ିଓ ପ୍ରୀତିରଞ୍ଜନ ରଥ ଉନ୍ମୋଚିତ କରିଥିଲେ । ୨୦୧୫ରେ ଦାରିଙ୍ଗବାଡ଼ି ରେ ଶୀତ ମହୋସ୍ଵବ ଆରମ୍ଭ ହୋଇଥୁବା ବେଳେ ଚଳିତ ବର୍ଷ ୧୧ରୁ ୧୩ ତାରଖ ଯାଏ ଶୀତ ମହୋସ୍ଵବ ପାଳନ କମିଟି ଆୟୋଜନ କରୁଥୁବା ବେଳେ ମିନି ଷ୍ଟାଡିୟମରେ କାର୍ଯ୍ୟକ୍ରମ ହେବ। ମହୋସ୍ବବରେ ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ସମେତ କନ୍ଧମାଳ ଜିଲ୍ଲା, ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ବ୍ଲକରୁ କଳାକାରଙ୍କ ନୃତ୍ୟ, ଗୀତରେ ଆକର୍ଷଣ ରହିବ। ଯାହାକୁ ଦେଖିବା ପାଇଁ ଶୀତ ମହୋତ୍ସବ କମିଟି ତରଫରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କମିଟିର ମେମ୍ବର ସମିତି ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ , ବିଡ଼ିଓ ପ୍ରୀତିରଞ୍ଜନ ରଥ, ପତିତପାବନ ରାଉତ,ଏବଂ ସନ୍ତୋଷ ସାହୁ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।