MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୋଦଳା ପୋଲିସ ଉପରେ ନାହିଁକି ଭରସା ?

ଫେସବୁକ ରେ କମେଣ୍ଟ ମରା କୁ ନେଇ ତୁମୁଳ କାଣ୍ଡ । ପୋଲିସ ଉପସ୍ଥିତିରେ ପୋଲିସ ଗାଡିରୁ ଭିଡ଼ି ନେଇ ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ ।

କୋଦଳା ପୋଲିସ ଉପରେ ନାହିଁକି ଭରସା ?
ଆଇନକୁ ହାତକୁ ନେଇ ଗ୍ରାମ ମଝିରେ ଯୁବକଙ୍କୁ ମାଡ ମାରିଲେ ଗ୍ରାମବାସି?

ଗଞ୍ଜାମ : ୦୭/୧୧/୨୪

ଫେସବୁକ ରେ କମେଣ୍ଟ ମରା କୁ ନେଇ ତୁମୁଳ କାଣ୍ଡ । ପୋଲିସ ଉପସ୍ଥିତିରେ ପୋଲିସ ଗାଡିରୁ ଭିଡ଼ି ନେଇ ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ । ପୋଲିସ କୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ପଂଚାୟତର କଣ୍ଟାପଡା ଗ୍ରାମରେ । ଫେସବୁକରେ କମେଣ୍ଟ ମରାକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ଫେସବୁକରେ କମେଣ୍ଟ ମରା ବିଷୟକୁ ନେଇ ସୋମବାର ଦିନ ଏହି ଗ୍ରାମର ରତ୍ନାକର ଖଟୁଆ ଓ କିଛି ଯୁବକ ଙ୍କ ସହ ବଚସା ହେବା ସହ ହାତାହାତି ହୋଇଥିଲା । ଫଳରେ ରତ୍ନାକର ସେଠାରୁ ଖସି 112 କୁ କଲ କରି ପୋଲିସ କୁ ଜଣାଇଥିଲେ । ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଂଚି ରତ୍ନାକରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।

ତେବେ ଏହି ଗ୍ରାମର କେତେଜଣ ବ୍ୟକ୍ତି ତାଙ୍କୁ ଛାଡି ନ ଥିଲେ। ଏପରି କି ପୋଲିସ ଉପସ୍ଥିତରେ ରତ୍ନାକରକୁ ଆକ୍ରମଣ କରିଥିବା ଏବଂ ପୋଲିସ ନାକେଦମ ହୋଇଥିବା ଜଣାପଡିଛି । ପରେ ଗ୍ରାମର କିଛି ଭଦ୍ର ଲୋକ ଓ ପୋଲିସ ସହାୟତା ରେ ରତ୍ନାକରକୁ ଉଦ୍ଧାର କରାଯାଇଥିଲା । ରତ୍ନାକର କୋଦଳା ଥାନାରେ ବାର ଜଣ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ନାମରେ ଏତଲା ଦେଇଛନ୍ତି । ଅନ୍ୟ ପକ୍ଷରେ ପୋଲିସକୁ ନିଜ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିବା ଓ ଆଇନକୁ ଅବମାନନା କରିବା ଓ ପୋଲିସ କୁ ଆକ୍ରମଣ କରି ଯୋଗୁଁ ପୋଲିସ ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ କରିଥିବା ସୂଚନା ମିଳିଛି । ରତ୍ନାକରକୁ କୋଦଳା ମେଡିକାଲ କୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଛି ।
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋଟ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।