February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମିଶନ ଶକ୍ତି ଅଧିନସ୍ଥ ମହିଳା କର୍ମଚାରୀ ଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ।


ମୋ ଟିଭି ଓଡିଶା / କଳାହାଣ୍ଡି:୨୫/୦୯


ଗ୍ରାମାଞ୍ଚଲରେ ଗଢି ଉଠିଥିବା ମହିଳା ସୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ସମସ୍ତ କାର୍ଯ୍ୟରେ ସହଯୋଗ କରିବା ତଥା ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ଦିଗରେ ସେମାନଙ୍କୁ ସଚେତନ କରାଇବା ଓ ସେମାନଙ୍କୁ ଶଶକ୍ତ କରାଇବା ପାଇଁ ପ୍ରତି ପଞ୍ଚାଯତରେ ସରକାର ମିଶନ ଶକ୍ତି ଜରିଆରେ ସିଆରପି ,ଏମବିକେ, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ବ୍ୟାଙ୍କ ମିତ୍ର ନିଯୁକ୍ତି କରିଛନ୍ତି।

ସେମାନେ ନିଯୁକ୍ତି ପାଇବା ପରଠୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର କାର୍ଯ୍ୟ ସମ୍ପାଦନ କରିବା ସହିତ ସରକାରଙ୍କ ପ୍ରତ୍ୟେକ ଜନହିତ କର କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି । ସରକାର ଯାହା ଯାହା କାର୍ଯ୍ୟ କରିବାକୁ ଦେଲେ ସେହି କାର୍ଯ୍ୟକୁ ବିନା ଟିଏ, ଡିଏ , ଓ ଏପରିକି ଜେରକ୍ସ ଓ ରିପୋର୍ଟ ଗୁଡିକ ନିଜ ନିଜ ହାତରୁ ଖର୍ଚ୍ଚକରି ଠିକ୍ ସମୟରେ ରିପୋର୍ଟ ଦେଉଥିବା ପ୍ରକାଶ କରିଛନ୍ତି, ହେଲେ ପରିତାପର ବିଷୟ ଆଜକୁ ଦୀର୍ଘ ୬ମାସ ହେବ ୧୦ଗୋଟି ଜିପିଏଲ୍ଏଫ୍ରର ଓ ୧୪ଗୋଟି ଜିପିଏଲଏଫ୍ର ୧୫ମାସର କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କର ପ୍ରୋତ୍ସାହନ ରାଶି ସରକାର ପ୍ରଦାନ କରିନାହାନ୍ତି।

ଏହି ବିଷୟରେ ବାରମ୍ବାର ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବିଡ଼ିଓଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି କର୍ଣ୍ଣ ପାତ କରୁନଥିବା ଫଳରେ ଅତିଷ୍ଠ ହୋଇ ଆଜି ଧର୍ମଗଡ ବ୍ଲକ୍ ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ ଅଧୀନ ସମସ୍ତ ସିଆରପି , ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ଓ କୃଷି ମିତ୍ର ବକେୟା ଦରମା ପ୍ରଦାନ ଦାବି କରି ଆଜିଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଧର୍ମଗଡ ବ୍ଲକ୍ ଅଧିକାରୀ , ବିପିଏମ୍ , ଡିପିଏମ, ଡିପିସି ଓଏଲଏମ , ଉପଜିଲ୍ଲାପାଳ ତଥା ବିଭାଗୀୟଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଶୋଭାଯାତ୍ରାରେ ବ୍ଲକର ଦୁଇ ଶହରୁ ଅଧିକ ସିଆରପି , ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ମହୂହ ସାମିଲ ହୋଇଥିଲେ। ଦରମା ନ ପାଇବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବୁ ନାହିଁ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।