January 9, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଉଦ୍ଘାଟନ ହୋଇ ୫ ମାସ ବିତିଲା, ଖୋଲୁନି ବହିର୍ବିଭାଗ,ଏପରି କାନ୍ଥରେ ଦେଖା ଗଲାଣି ଫାଟ ।


ମୋଟିଭି ଓଡ଼ିଶା,ଦାରିଙ୍ଗବାଡି,୨୫/୭(ସୁଶାନ୍ତ କୁମାର ସାହୁ):

ମୋ ହସ୍ପିଟାଲ ଉଦ୍ଘାଟନ ହୋଇ ୫ ମାସ ବିତିଲା । ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ କୋଠାରେ ବହିର୍ବିଭାବରେ ରୋଗୀ ସେବା ଆରମ୍ଭ ହୋଇ ନଥିବା ବେଳେ କାନ୍ଥରେ ଫାଟ ଦେଖିବାକୁ ମିଳିଛି । ଏଭଳି କିଛି ଦେଖିବାକୁ ମିଳିଛି ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ । ଉକ୍ତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାର ୫ ଟିରେ ରୂପାନ୍ତରିକରଣ କରିବା ନିମନ୍ତେ ୨୦୨୩ ମସିହାରେ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିଥିଲେ । ଏଥି ପାଇଁ ୨ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ।

ଚଳିତ ବର୍ଷ ଫେବୁରାରୀ ୧୭ ତାରିଖ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଉଦ୍ଘାଟନ କରିଥିଲେ । ହେଲେ ଉଦ୍ଘାଟନ ହୋଇ ୫ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବହିର୍ବିଭାଗରେ ରୋଗୀ ସେବା ଆରମ୍ଭ ହୋଇନଥିବା ବେଳେ ନିର୍ମାଣ ହୋଇଥିବା କୋଠାରେ ଫାଟ ଦେଖା ଗଲାଣି । ଏଭଳି କି ଯେଉଁ ପୁରୁଣା କୋଠାରେ ପୁଟି ଓ ରଙ୍ଗ ମରାଯାଇଥିଲା ତାହା ମଧ୍ୟ କିଛି କିଛି ସ୍ଥାନରେ ଛାଡି ଗଲାଣି । ନିମ୍ନ ମାନର କାମ ଯୋଗୁଁ ୫ ମାସ ନବିତୁଣୁ କାନ୍ଥରେ ଫାଟ ଦେଖା ଯାଇଥିବା ବେଳେ ପୂଟି ଛାଡି ଯାଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି ।

କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର କାର୍ଯ୍ୟ ହେଉଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲେ ସୁଦ୍ଧା ଦାଇତ୍ୱରେ ଥିବା ଅଧିକାରୀ ଏଥି ପ୍ରତି କୌଣସି ଦୃଷ୍ଟି ଦେଇ ନଥିବା ଯୋଗୁଁ ଆଜି କାନ୍ଥରେ ଫାଟ ଦେଖା ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ୫ ମାସରେ ଯଦି କାନ୍ଥରେ ଫାଟ ଦେଖା ଦେଲାଣି ତାହାଲେ ଆଗକୁ କୋଠାର ଅବସ୍ଥା କଣ ହେବ ? ତାକୁ ନେଇ ଅଞ୍ଚଳବାସୀ ଚିନ୍ତାପ୍ରକଟ କରିଥିବା ବେଳେ ଆଗାମୀ ଦିନରେ ଉକ୍ତ କୋଠା ସାଧାରଣ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଣୁ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ମନୋଜ ବାରିକ୍ ଙ୍କୁ ପଚାରିବାରୁ ସେ କହିଲେ ଗୁରୁବାର ଦିନ ଠାରୁ ରୋଗୀ ସେବା ଆରମ୍ଭ ହେବ । କାନ୍ଥରେ କୌଣସି ଫାଟ ନଥିବା ସଫେଇ ଦେଇଥିଲେ ।

Latest news