January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାରିଙ୍ଗବାଡ଼ିରେ ବିଜେଡିର ମିଶ୍ରଣ ପର୍ଵ ଅନୁଷ୍ଠିତ । ୧୩୨ଜଣ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ି ରେ ସାମିଲ l


ଦାରିଙ୍ଗବାଡ଼ି,୧୨/୪(ସୁଶାନ୍ତ କୁମାର ସାହୁ)
ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ମିଶ୍ର କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ କନ୍ଧମାଳ ସାଂସଦ ତଥା ସାଂସଦ ପ୍ରାର୍ଥୀ ଡା. ଅଚ୍ୟୁତ ସାମନ୍ତ ଓ ଘୁ.ଉଦୟଗିରି ବିଧାୟକ ତଥା ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳ ବ୍ଳକ ସଭାପତି ଜ୍ୟୋତିରାଜ ପ୍ରଧାନ, ବ୍ଳକ କାର୍ୟ୍ଯକାରୀ ସଭାପତି ଦିଲ୍ଲୀପ କୁମାର ପ୍ରଧାନ ଓ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ ।

ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ସାଂସଦଙ୍କୁ ଫୁଲ ତୋଡ଼ାଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ ଫୁଲ ତୋଡ଼ାଦେଇ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଦାରିଙ୍ଗବାଡ଼ିର ଲଡୁକିଶୋର ସାହୁ, ଦିଲ୍ଲୀପ କୁମାର ସାହୁ, ରଞ୍ଜିତ ସେନାପତି,ସୋରାଜ ସାହୁ, ରୋହିତ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ବିଜେପି କର୍ମୀ ଓ ପଦାଧିକାରୀ ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ଓ ସାଂସଦ ଦଳୀୟ ଉତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ ।ସେହିପରି ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ୧୩୨ଜଣ ବିଜେପି ଓ କଂଗ୍ରେସ କର୍ମୀ ଓ ପଞ୍ଚାୟତ ପଦାଧିକାରୀ ବିଜେଡିରେ ଯୋଗଦେଇଥିଲେ ।

ଏହାକୁ ବିଧାୟକ ଓ ସାଂସଦ ତାଙ୍କ ବକ୍ତବ୍ୟରେ ପ୍ରଶଂସା କରିବା ସହିତ ଆସନ୍ତା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀ ବିଜୟ ସୁନିଶ୍ଚିତ ଏହି ମିଶ୍ରଣ ପର୍ବରୁ ଜଣା ପଡ଼ୁଛି ବୋଲି ପ୍ରକାଶ କରିଥିଲେ । ଓଡ଼ିଶାର ପୁଣି ଷଷ୍ଠଥର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ କନ୍ଧମାଳ ଜିଲ୍ଲା ତଥା ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ କରିବା ପାଇଁ ମେ ୨୦ତାରିଖ ଦିନ ପ୍ରଥମେ ଶଙ୍ଖ ଚିହ୍ନ ଓ ଦ୍ୱିତୀୟରେ ମଧ୍ୟ ଶଙ୍ଖ ଚିହ୍ନରେ ସୁଇଛ ଅନକରି ଭୋଟ ମାରିବା ପାଇଁ ଘରେ ଘରେ ପହଞ୍ଚି ଲୋକଙ୍କୁ ବୁଝାଇବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।