ମୋ ଟିଭି ଓଡିଶା / ପୁରୀ :
ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଉଚିତ। ହେଲେ ମୋର ଉପସ୍ଥିତରେ ବୈଠକ ହେଉନାହିଁ, କି ମୋତେ କୌଣସି ସୂଚନା ମିଳୁନାହିଁ। ମୁଁ କେମିତି ପରାମର୍ଶ ଦେବି । ଶାସନତନ୍ତ୍ରର ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଜ୍ଞାନ ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ନେଇ ମୁଁ କିଛି ଜାଣି ନାହିଁ, ମୁଁ କିଛି କହି ପାରିବି ନାହିଁ। କାହିଁକି କମିଟି ଗଠନ ହୋଇଛି ମୋତେ କିଛି ଜଣା ନାହିଁ’ ।
ସୂଚନାଯୋଗ୍ୟ, ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ ସଦସ୍ୟ ରତ୍ନଭଣ୍ଡାର କେବେ ଖୋଲିବ ସେନେଇ ବିସ୍ତୃତ ଆଲୋଚନା କରିବେ। ଯଦି ରଥଯାତ୍ରା ସମୟରେ ଖୋଲାଯାଏ, ତେବେ କିଭଳି ପ୍ରକ୍ରିୟା ରହିବ ତା ଉପରେ ସବିଶେଷ ଆଲୋଚନା କରାଯିବ। ବିଜେଡି ସରକାର ସମୟରେ ରତ୍ନ ଭଣ୍ଡାର ଯାଞ୍ଚ ନିମନ୍ତେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ହେଲେ ଭାଜପା ସରକାର ଏହି କମିଟିକୁ ଭାଙ୍ଗି ଦେବା ସହ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।