MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଯାଜପୁର କଳିଙ୍ଗନଗର ବିସ୍ଥାପିତ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟଣା :

ମୋ ଟିଭି ଓଡିଶା / ଯାଜପୁର :

ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପିତ ପରିବାର ସଦସ୍ୟାଙ୍କ ମୃତ୍ୟୁ ଘଟଣା । ୨୪ ଘଣ୍ଟା ପରେ ବି ଜାରି ରହିଛି ଉତ୍ତେଜନା । କମ୍ପାନି କତ୍ତୃପକ୍ଷ ଆଲୋଚନାକୁ ଆସୁନଥିବାରୁ ଲୋକଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି କ୍ଷୋଭ । ନ୍ୟାୟ ଦାବିରେ ନୀଳାଚଳ ଇସ୍ପାତ ନିଗମ ଲିମିଡେଟ୍‌ ଗେଟ୍‌ ସାମ୍ନାରେ ଧାରଣାରେ ବସିଛନ୍ତି ମୃତକଙ୍କ ପରିବାର ଲୋକେ । ନ୍ୟାୟ ନମିଳିଲେ କମ୍ପାନି ଗେଟ୍‌ ଆଗରେ ଶବଦାହ  କରିବାକୁ ଚେତାବନୀ ଦିଆଯାଇଛି । ବୁଧବାର ଅର୍ଥ ଅଭାବରୁ ଚିକିତ୍ସା ନପାଇ ବିସ୍ଥାପିତ ପରିବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ୨୦୨୩ ମସିହାରେ ଚାକିରି ଥିବା ସମୟରେ ତାଙ୍କ ସ୍ବାମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ନିୟମ ଅନୁସାରେ ତାଙ୍କ ପରିବାରର ଜଣଙ୍କୁ ଚାକିରି ମିଳିବା କଥା । କିନ୍ତୁ କାହାରିକୁ ଚାକିରି ଦିଆଯାଇ ନଥିବାରୁ ଅର୍ଥ ଅଭାବ ପାଇଁ ଚିକିତ୍ସା ନପାଇ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।