February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

୨୬ଗୋଟି ଦାବି ନେଇ ୫୧୦ କିମି ପଦଯାତ୍ରା କଲେ ଜନସଂଗ୍ରାମ ସମିତି।

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ୨୬ ଦଫା ମୌଳିକ ଦାବି ନେଇଁ ଗାନ୍ଧୀ ଜୟନ୍ତୀରୁ ଜନସଂଗ୍ରାମ ସମିତିର କର୍ମକର୍ତ୍ତାମାନେ ଗୋଲାମୁଣ୍ଡାରୁ-ଭୁବନେଶ୍ବର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ।

୨୬ଗୋଟି ଦାବି ନେଇ ୫୧୦ କିମି ପଦଯାତ୍ରା କଲେ ଜନସଂଗ୍ରାମ ସମିତି। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ ।


କଳାହାଣ୍ଡି:୨୧/୧୦ (ସନତ କୁମାର ପ୍ରଧାନୀ )

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ୨୬ ଦଫା ମୌଳିକ ଦାବି ନେଇଁ ଗାନ୍ଧୀ ଜୟନ୍ତୀରୁ ଜନସଂଗ୍ରାମ ସମିତିର କର୍ମକର୍ତ୍ତାମାନେ ଗୋଲାମୁଣ୍ଡାରୁ-ଭୁବନେଶ୍ବର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ।

ସମିତିର ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ ଦୀର୍ଘ ୧୬ ଦିନ ୫୧୦ କିମି ପଦଯାତ୍ରା କରିବା ପରେ ଶୁକ୍ରବାର ସେମାନେ ଭୁବନେଶ୍ବରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ୨୬ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଦାବି ଗୁଡିକର ସମାଧାନ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲାର ୨୦୨୩ ମସିହାର ଖରିଫ ଧାନ ଚାଷର ଫସଲ ବୀମା ଟଙ୍କା ଗୋଲାମୁଣ୍ଡା ବ୍ଲକର ଗୋଲାମୁଣ୍ଡା, ମାନଝରୀ, ସିନାପାଲି, ଚିଚିଆ, ଉଛଲା, ଧର୍ମଗଡ଼ ବ୍ଳକର ଧଅଁରପୁର,ନର୍ଲା ବ୍ଳକର ସରିଆ, ଥୁଆମୂଳ ରାମପୁରର ବ୍ଲକ୍‌ର କିଆପଦର ଓ କୋକସରା ବ୍ଳକର ବଡ଼ପୋଡ଼ାଗୁଡ଼ା ପ୍ରଭୃତି ପଞ୍ଚାୟତ ଗୁଡ଼ିକର ଚାଷୀଙ୍କୁ ତୁରନ୍ତ ପ୍ରଦାନ କରିବା, କଣ୍ଟାବାଞ୍ଜି, ରାଜାଖରିଆର, ଗୋଲାମୁଣ୍ଡା, ଜୁନାଗଡ଼, ନବରଙ୍ଗପୁର, ଜୟପୁର, ନୂତନ ରେଳଲାଇନ ସମ୍ପ୍ରସାରଣ,

ଧର୍ମଗଡ଼ ଉପଖଣ୍ଡକୁଜିଲ୍ଲାର ମାନ୍ୟତା ପ୍ରଦାନ, ମଦନପୁରରାମପୁର, କର୍ଲାମୁଣ୍ଡା, ନର୍ଲା ବ୍ଲକ୍‌କୁନେଇ ନୂତନ ସବ ଡିଭିଜନ ଘୋଷଣା, ଗୋଲାମୁଣ୍ଡାରେ ଜେଏମ୍ଏଫ୍ଏସି କୋର୍ଟ ସ୍ଥାପନ, କେସିଙ୍ଗା ସ୍ଥିତ କୋଣାର୍କ ସୂତାକଳକୁ ତୁରନ୍ତ ପୁନଃ କାର୍ଯ୍ୟକାରୀ କରିବା, ପ୍ରତିଶ୍ରୁତିମୁତାବକ ଜନସାଧାରଣଙ୍କୁ ୩୦୦ ୟୁନିଟ୍ବିଜୁଳି ମାଗଣା ପ୍ରଦାନ ଆଦି ୨୬ଟି ଦାବି ରହିଛି। ଦାବିପତ୍ର ପ୍ରଦାନ ସମୟରେ
ଅନ୍ୟମାନଙ୍କ ମଧ୍ୟରେ ଜନସଂଗ୍ରାମ ସମିତିରଅନୀଲ ମଲ୍ଲିକ, ଶିବଶଙ୍କର ମାଝୀ, ଚିତ୍ରମାଝୀ, ସଦାନନ୍ଦ ମାଝୀ, ଯୁଧିଷ୍ଠିର ମାଝି,ରାଜାରାମ କଟା, କାଲା ମାଝୀ, କେଶବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।