ମୋ ଟିଭି ଓଡିଶା / କଳାହାଣ୍ଡି : ୨୬/୮
କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ବତୀ ଶିଶୁମନ୍ଦିର ଠାରେ ସୋମବାର ଜନ୍ମାଷ୍ଟମୀ ମହୋତ୍ସବ ପାଳନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନ୍ମାଷ୍ଟମୀ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ ।
ଅନ୍ୟ ଅତିଥିଙ୍କ ମଧ୍ୟରେ ପର୍ଯ୍ୟାବରଣ ସଂରକ୍ଷିକା ତଥା ପ୍ରକୃତି ପ୍ରେମୀ ଚନ୍ଦ୍ରକଳା ଅଗ୍ରୱାଲ, ନାରାୟଣ ଅଗ୍ରୱାଲ, କ୍ରିଷ୍ଣା ପାତ୍ର, ଅନୁଷ୍ଠାନ ର ସଭାପତି ବୃନ୍ଦାବନ ପୁଝାରୀ, ସମ୍ପାଦକ ରାମଚନ୍ଦ୍ର ପଟ୍ଟନାୟକ, କୋଷାଧକ୍ଷ ଦିଗନ୍ତ ପଟ୍ଟନାୟକ, ଉପ ସଭାପତି ପରମେଶ୍ୱର ବାଗ, ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏକ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ଛାତ୍ର ଛାତ୍ରୀଙ୍କୁ ବାର୍ତ୍ତା ଦେଇଥିଲେ ।
ଏହି ଉପଲକ୍ଷେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଗୁରୁଜୀ ପରମାନନ୍ଦ ବେମାଲ ପରିଚାଳନା କରିଥିବା ବେଳେ ପ୍ରଧାନ ଗୁରୁଜୀ ଦେବାନନ୍ଦ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରେଇଥିଲେ । ବିଦ୍ୟାଳୟର ଗୁରୁଜୀ ମୁରଲୀଧର ପଟ୍ଟନାୟକ, ଉତ୍ତମ କୁମାର ପଣ୍ଡା, ଭୋଳାନାଥ ଗହୀର, ଦୁଷ୍ମନ୍ତ ପୁଝାରୀ, ଭିକାରୀ ଚରଣ ବିଶି, ଗୁରୁମା ମିନତୀ ପଟ୍ଟନାୟକ, ସନ୍ଧ୍ୟା ମହାରଣା, ମିନାକ୍ଷୀ ନାଗ, ତରୁଣୀ ଗୋପାଳ, ସ୍ନିଗ୍ଧା ଭଞ୍ଜ, ସୁଲଗ୍ନା ଦାଶ, ବୈଦେହୀ ଭୋଇ, ସେବକ ଗଗନେଶ୍ୱର ବେହେରା, ସେବିକା ସବିତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।