January 30, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ୱାଧୀନତା ଦିବସରେ ଉଦ୍‌ଘାଟନ ହେଲା ଜରା ନିବାସ


ମୋ ଟିଭି ଓଡିଶା / ଆଗରପଡ଼ା : ୧୬/୦୮

୭୮ତମ ସ୍ୱାଧୀନତା ଦିବସ ଅବସରରେ ନୂତନ କରି ଆଗରପଡ଼ା ଠାରେ ଉଦ୍‌ଘାଟିତ ହୋଇଯାଇଛି ଗୋପୀନାଥ ଜରା ନିବାସ । ଅବହେଳିତ, ନିର୍ଯାତିତ, ଅସହାୟ, ଦିବ୍ୟାଙ୍ଗ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ଏହି ମହାନ ପ୍ରୟାସ କରିଛନ୍ତି ଗୋପୀନାଥ ଜରା ନିବାସର ପୃଷ୍ଠପୋଷକ ସାବିତ୍ରୀ ନାୟକ । ସେ ଜଣେ ଅବସରପ୍ରାପ୍ତ ଷ୍ଟାଫ୍ ନର୍ସ ଅଟନ୍ତି । ଚାକିରୀ ଜୀବନ ସମୟରେ ଯେଉଁଭଳି ସମାଜ ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ଚାକିରୀ ପରେବି ସେଇଭଳି ସମାଜସେବାରେ ନିଜକୁ ଲିପ୍ତ ରଖିଛନ୍ତି । ନିଜର ସମସ୍ତ କଷ୍ଟ ଅର୍ଜିତ ଧନକୁ ସମାଜସେବା କରିବା ପାଇଁ ଗୋପୀନାଥ ଜରା ନିବାସକୁ ସମାଜ ପାଇଁ ଦାନ କରିଛନ୍ତି । ଏହି ମହାନ ଚିନ୍ତାଧାରା ଓ ମାନବିକତା ପାଥଁ ତାଙ୍କୁ ଏହି ଅଂଚଳ ତଥା ସାରା ଓଡ଼ିଶାରୁ ପ୍ରଶଂସାର ସୁଅ ଛୁଟୁଛି । ଉକ୍ତ ଜରା ନିବାସ କୁ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାକ୍ତର ମନୋଜ ପତି ଉଦ୍‌ଘାଟନ କରିଥିବା ବେଳେ କମିଟି ସଭାପତି ପ୍ରଶାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ନୃସିଂହ ମିଶ୍ର,bସମାଜସେବୀ ପ୍ରତିଭା ରାୟ, ହୋମିଓପାଥି ଡ଼ାକ୍ତର ସରୋଜିନୀ ବାରିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଏହାକୁ ପରିଚାଳନା କରିବା ପାଇଁ ଏକ ସ୍ଥାୟୀ କମିଟି ଗଠନ କରାଯାଇଥିଲା । ସର୍ବସମ୍ମତିରେ ପ୍ରଶାନ୍ତ ଦାଶଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସରପଂଚ ପ୍ରକାଶ ବିଶ୍ୱାଳ ଓ ସପନ ସିଂହ,ସାଧାରଣ ସଂପାଦକ ଭାବେ ଜଇନୁଲ୍ ଆବେଦିନ୍‌, ସଂପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ,ସହ ସଂପାଦକ ଦୀପକ ମହାନ୍ତି ଓ ରଘୁନାଥ ଦାଶ, ସଭ୍ୟ ଭାବେ ତୁଳସୀ ସାହୁ, ପୟୋଧର ବାରିକ, ଜୟଦେବ ସିଂହ, ଜଗନ୍ନାଥ ପଣ୍ଡା, ଜିତେନ୍ଦ୍ର ବେରା ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ବିଦସବ୍ୟାପି ସମସ୍ତ କାର୍ଯ୍ୟକ୍ରମକୁ ସନ୍ତୋଷ ନାୟକ, ବିଷ୍ଣୁ ସାହୁ, ବିଶ୍ୱଜିତ୍ ବେହେରା, ଜଗତ ମୋହନ ସିଂହ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।