ମୋ ଟିଭି ଓଡିଶା / କଳାହାଣ୍ଡି:୧୫/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ରୁ ନବରଙ୍ଗପୁର ଜିଲ୍ଲା କୁ କଇଁଛ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ୱାଇଲଡ଼ ଲାଇଫ ଟିମ ଓ ଝରୀଗାଁ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଝରିଗାଁ ବ୍ଲକ ର ଚକଳାପଦାର ପଞ୍ଚାୟତ କଂଗ୍ରା ର ସପ୍ତାହିକ ହାଟପଦା ନିକଟରେ ୪ ଜଣଙ୍କୁ ମଟର ସାଇକେଲ ଯୋଗେ ଜୀବନ୍ତ କଇଁଛ ନେଉଥିବା ବେଳେ ବନ ବିଭାଗ ଟିମ ହାତରେ ଧରାପଡିଛି। ୧୬୭ ଗୋଟି ବିରଳ ପ୍ରଜାତିର କଇଁଛ ଛୁଆଙ୍କୁ ଉଦ୍ଧାର କରି ଝରିଗାଁ ସେଣ୍ଟ୍ରାଲ ନର୍ସରି ରେ ସୁରକ୍ଷିତ ଭାବେ ରଖାଯାଇଛି। ୪ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି। ସୂଚନା ମତେ କୋକସରା ବ୍ଲକ ଗୋତମୁଣ୍ଡା ହେଉଛି ନବରଙ୍ଗପୁର ଜିଲ୍ଲା ର ସୀମାନ୍ତ ଅଞ୍ଚଳ। ସୀମାନ୍ତ ଗୋତମୁଣ୍ଡା ଅଞ୍ଚଳରୁ ଜଙ୍ଗଲ ରାସ୍ତା ଦେଇ ଉମରକୋଟ ସହରକୁ କଇଁଛ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ୱାଇଲଡ଼ ଲାଇଫ ଟିମ ଏବଂ ଝରିଗାଁ ବନ ବିଭାଗ ଟିମ ଚାଲାଣ ବେଳେ ୪ ଜଣଙ୍କୁ କାବୁ କରିବା ସହ ୧୬୭ କଇଁଛ କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

ଉମରକୋଟ ଅଞ୍ଚଳ କୁ ବିକ୍ରି ପାଇଁ ନେଉଥିବା ଗିରଫ ୪ ଜଣ ତସ୍କର ସ୍ୱୀକାର କରିଛନ୍ତି। ଗିରଫ ହୋଇଥିବା ୪ ଜଣ ହେଉଛନ୍ତି ଜୟପାଟଣା ବ୍ଲକ ସର୍ଗିଗୁଡା ଗ୍ରାମର ଗଗନେଶ୍ୱର ନାୟକ(୩୬), ଧର୍ମୁ ଚଳାନ(୪୦) ତ୍ରିଲୋଚନ ଚଳାନ(୩୮) ଓ ଗୋତମୁଣ୍ଡା ଗ୍ରାମର ଦିଗାମ୍ବର ଗୋପାଳ(୨୯) ବୋଳି ଜଣାପଡିଛି। କଇଁଛ ଚୋରା ଚାଲାଣ ପଛରେ ଏକ ରାକେଟ କାମ କରୁଥିବା ନେଇ ତଥ୍ୟ ମିଳିଥିବା ସୂଚନା ମିଳିଛି। ବନ ବିଭାଗ ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି।ବନ୍ୟପ୍ରାଣୀ ଆଇନ ସୁରକ୍ଷା ଆଇନ ଅନୁଯାୟୀ ୪ଜଣ ତସ୍କର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ଝରି ଗାଁ ରେଞ୍ଜ ଅଧିକାରୀ ଗୋବିନ୍ଦ ନାୟକ ସୂଚନା ଦେଇଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।