February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜୟବଜରଙ୍ଗବଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପାଣିଗାଁ ଦଳକୁ ହରାଇ ଲଡୁଗାଁ ଦଳ ଚମ୍ପିୟାନ।

ମୋଟିଭି ଓଡିଶା : କଳାହାଣ୍ଡି:୩୦/୫ (ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଶିଶୁ ମନ୍ଦିର ପଛପଟେ ଥିବା ପଡିଆ ରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୁଧବାର ଉଦଯାପିତ ହୋଇ ଯାଇଛି। ଫାଇନାଲ ଖେଳ ଲଡୁଗାଁ ଦଳ ଓ ପାଣିଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା ପ୍ରଥମେ ଟସ ଜିଣି ଲଡୁଗାଁ ଦଳ ବେଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିବା ବେଳେ ଦ୍ଵିତୀୟ ଇନିଂସ ରେ ପାଣିଗାଁ ଦଳ ବ୍ୟାଟିଂ କରି ୯ ଓଭର ୪ ବଲ ରେ ସମସ୍ତ ୱିକେଟ ହରାଇ ପରାଜୟ ହୋଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟ ରେ କଲମପୁର ,କୋକସରା,ଜୟପାଟଣା ବ୍ଲକ ରୁ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବେ ରାଜେଶ ବଂସଲ, ରମେଶ ଶର୍ମା, ଧ୍ଵଜ ମହାନନ୍ଦ, ମହେଶ୍ୱର ଦଣ୍ଡସେନା, କୁଞ୍ଜ ଦଣ୍ଡସେନା,ନାନକ୍ ଅଗ୍ରୱାଲ, ଶିଶୁର ଚୌଧୁରୀ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଚମ୍ପିୟାନ ଲଡୁଗାଁ ଦଳ କୁ ୧୦ ହାଜର ନଗଦ ଟଙ୍କା ସହ ଟ୍ରଫି ଓ ପାଣିଗାଁ ଦଳ କୁ ରନର୍ସ ଅଫ ଟ୍ରଫି ଶହ ନଗଦ ୭ ହାଜର ଟଙ୍କା ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମ କୁ ଟୁର୍ଣ୍ଣାମେଣ୍ଟ ର ସଭାପତି ଶିବ ପ୍ରସାଦ ମାଝୀ ,ଦୁର୍ଗା ବଞ୍ଜରା, ଥବିର ମାଝୀ,ଶଙ୍କର ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।