ଦାରିଙ୍ଗବାଡି, ୧୫/୧:ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା,ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ଝିଞ୍ଜିରିଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସନ୍ତୋଷ କୁମାର କାଣ୍ଟିଙ୍କ (୪୫) ବର୍ଷ ବୟସରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତଖାନାରେ ଆଜି ସକାଳ ପ୍ରାୟ ୪ଟାରେ ପର ଲୋକ ହୋଇଥିବା ଖବର ହସ୍ତଗତ ହୋଇଛି। ଖବର ନେବାରୁ ଜଣା ପଡ଼ିଛିଯେ ୧୨ ତାରିଖରୁ ସ୍ବାସ୍ଥ୍ୟ ଅସୁସ୍ଥ କାରଣରୁ ପରିବାର ସଦସ୍ୟ ଝିଞ୍ଜିରିଗୁଡାରୁ ପ୍ରାଇବେଟ ଗାଡି କରି ଚିକିତ୍ସା ପାଇଁ ନେଇଯାଇଥିଲେ। ଏହି ମୃତ୍ୟୁ ଖବରରେ ବ୍ରାହ୍ମଣୀଗାଁ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ ସମୟରେ ସ୍ତ୍ରୀଙ୍କ ସହିତ ଡୁଇ ଝିଅ ଓ ପୁଅ ଉପସ୍ଥିତ ଥିଲେ। ପରିବାର ବର୍ଗ, ଆତ୍ମୀୟ ସଜନ, ବନ୍ଧୁବାନ୍ଧବ ଓ ଶିକ୍ଷକ ଶିକ୍ଷୟତ୍ରୀ ସମୂହଙ୍କ ଉପସ୍ଥିତିରେ ନିଜ ଗ୍ରାମ ରାଇକିଆରେ ଅନ୍ତେଷ୍ଟି କ୍ରିୟା ସମ୍ପାଦିତ ହୋଇଥିବା ଖବର ହସ୍ତଗତ ହୋଇଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।