ଗାଁରେ ପଶିଲା ବାଘୁଣୀ ଜିନ୍ନତ । ପଶ୍ଚିମବଙ୍ଗ ରାଇକିଆ ପାହାଡ଼ରେ ରହିଛି ଜିନ୍ନତ । ରାହାମଦା ଗାଁ ନିକଟ ପୋଖରୀରେ ବାଘୁଣୀର ପାଦ ଚିହ୍ନ ଦେଖିବାକୁ ମିଳିଛି । ବାଘୁଣୀକୁ ଧରିବା ପାଇଁ ଗାଁ ଚାରିପଟେ ବିଛା ଯାଇଛି ଜାଲ । ଫେଲ ମାରୁଛି ବାଘୁଣୀ ଧରିବା ଯୋଜନା । ଟ୍ରାଙ୍କୁଲାଇଜ କରିବାରେ ବି ସଫଳ ହେଉନି ବନ ବିଭାଗ । ବାରମ୍ବାର ବିଚ୍ଛିନ୍ନ ହେଉଛି ବାଘୁଣୀ ବେକରେ ଲାଗିଥିବା ରେଡିଓ କଲରର ସିଗ୍ନାଲ୍ । ଯାହାଦ୍ୱାରା ଜିନ୍ନତର ଅବସ୍ଥିତି ସମ୍ପର୍କରେ ଜାଣି ପାରୁନି ବନ ବିଭାଗ । ବାଘୁଣୀର ଗତିବିଧି ଉପରେ ନଜର ରଖିଛି ସିସି କ୍ୟାମେରା । ଟ୍ରାଙ୍କୁଲାଇଜ ବିଫଳ ହେବା ପରେ ଜାଲରେ ଧରିବା ପାଇଁ ସୁନ୍ଦରବନ ଟିମ ଯୋଜନା କରିଛି । ବାଘୁଣୀ ଜିନ୍ନତ ପାଇଁ ଚିନ୍ତାରେ ୩ ରାଜ୍ୟର ବନ କର୍ମଚାରୀ ।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।