ମୋ ଟିଭି ଓଡିଶା / କଳାହାଣ୍ଡି : ୨୯/୦୭
କଳାହାଣ୍ଡି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବ୍ଲକ ର ପ୍ରତି ପଞ୍ଚାୟତ ରେ ସୋମବାର ଜନ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି କୋକସରା ବ୍ଲକ ର ଆମପାଣି ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତି ପଞ୍ଚାୟତରେ ଲୋକଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟାର ସମାଧାନ ପାଇଁ ଏହି ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି।
କାର୍ଯ୍ୟକ୍ରମ ରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆଙ୍କ ସଭାପତିତ୍ୱରେ ବିଡ଼ିଓ ସ୍ନେହାପ୍ରଭା ମାଝୀ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ପିଇଓ ଗିରିଶ ଚନ୍ଦ୍ର ନାଏକ, ବିରଞ୍ଚି ଖର୍ସେଲ, ସମେତ ବ୍ଲକ ର ସ୍ଵାସ୍ଥ୍ୟ, ଶିକ୍ଷା, କୃଷି, ଯୋଗାଣ, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆଵାସ, ଭତ୍ତା, ପିଡ଼ିଏସ ଓ ଅନ୍ୟାନ୍ୟ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଜନ ଶୁଣାଣି ଶିବିରରେ ପଞ୍ଚାୟତର ଦୁଇଜଣ ଯକ୍ଷ୍ମା ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଔଷଧ ସହ ପଞ୍ଚାୟତ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରା ଯାଇଥିଲା।
ଏହି ଜନ ଶୁଣାଣି ଶିବିରରେ ମୋଟ ୧୬୨ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ହିତାଧିକାରୀଙ୍କ ଅଭିଯୋଗ ଉପରେ ଶୀଘ୍ର ସମାଧାନ କରାଯିବା ନେଇ ବିଡ଼ିଓ କହିଛନ୍ତି। ତେବେ ଜନ ଶୁଣାଣି ଶିବିରରେ ଅନେକ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ପଞ୍ଚାୟତ ର କର୍ମଚାରୀ ସମେତ ସାମାଜିକ କର୍ମି ମନୋରଞ୍ଜନ ବାଣୁଆ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣି ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ-ସନତ କୁମାର ପ୍ରଧାନୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।