MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେଡିରେ ଯୋଗଦେଲେ ସାମ୍ବାଦିକ ବିଶ୍ୱଜିତ୍ ପଟ୍ଟନାୟକ।

ପୁରୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାଭିମୁଖୀ ସ୍ଵଛ, ନିର୍ମଳ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁରୀ ସହରର ଜଣାଶୁଣା ତଥା ବରିଷ୍ଟ ସାମ୍ବାଦିକ ବିଶ୍ୱଜିତ୍ ପଟ୍ଟନାୟକ ଗୁରୁବାର ବିଧି ବଧ ଭାବେ ବିଜୁ ଜନତା ଦଳରେ ଯୋଗ ଦାନ କରିଛନ୍ତି।
ଭୁବନେଶ୍ୱର ବିଜୁ ଜନତା ଦଳ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ଦଳୀୟ ବୈଠକରେ ଶ୍ରୀ ପଟ୍ଟନାୟକ ଦଳର ସଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ, ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା, ଜିଲ୍ଲା ସଭାପତି ଦିବାକର ପାତ୍ର, ପୁରୀ ଲୋକ ସଭା ସାଂସଦ ପ୍ରାଥି ଶ୍ରୀ ଅରୂପ କୁମାର ପଟ୍ଟନାୟକ, ପୁରୀ ବିଧାୟକ ପ୍ରାଥି ସୁନିଲ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ ଯୋଗ ଦାନ କରିଛନ୍ତି। ଦଳ ପକ୍ଷରୁ ସାଂଗଠନିକ ସମ୍ପାଦକ
ଶ୍ରୀ ପ୍ରକାଶ ଦାସ ସାମ୍ବାଦିକ ବିଶ୍ୱଜିତଙ୍କ ବେକରେ ଶଙ୍ଖ ଚିହ୍ନ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରି ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବଶିଷ୍ଠ ବିଜେଡ଼ି ନେତା ରାମକୃଷ୍ଣ ଦାସ ମହାପାତ୍ର, ସୁରେନ୍ଦ୍ର ନାଥ ଦାସ, ପୁଷ୍ପାଞ୍ଜଳି ରଣା , ଶ୍ରୀ ପ୍ରକାଶ ମିଶ୍ର, ବିଜୟ ମିଶ୍ର, ଶାନ୍ତିଲତା ପ୍ରଧାନ, ଭକ୍ତ ଚରଣ ଦାସ, ଭଗବାନ ପଡ଼ିଆରି, ନାରାୟଣ ଖୁଣ୍ଟିଆ, ଗୋପାଳ କୃଷ୍ଣ ପଣ୍ଡା ଙ୍କ ସମେତ ବହୁ ଦଳୀୟ ନେତ୍ରୁ ବୃନ୍ଦ ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।