MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଛତିଶଗଡ଼ ବିଜାପୁରରେ ସାମ୍ବାଦିକଙ୍କୁ ହତ୍ୟା ମାମଲା

ଛତିଶଗଡ଼ ବିଜାପୁରରେ ସାମ୍ବାଦିକଙ୍କୁ ହତ୍ୟା ମାମଲା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ବସ୍ତର ପୋଲିସ । ମୁକେଶ ଚନ୍ଦ୍ରାକରଙ୍କ ହତ୍ୟା ମାମଲାରେ ପଚରାଉଚରା ଜାରି ରଖିଛି ପୋଲିସ । ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ଜଣେ ସାମ୍ବାଦିକଙ୍କ ମୃତ ଦେହ । ଛତିଶଗଡ଼ ବିଜାପୁର ଜିଲ୍ଲାର ଏନଡିଟିଭି ସାମ୍ବାଦିକ ମୁକେଶ ଚନ୍ଦ୍ରାକାରଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଜଣେ ଠିକାଦାର । ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦାଫାଶ କରିବା ସାମ୍ବାଦିକଙ୍କ ପାଇଁ ହେଲା କାଳ । ମୁକେଶ ଚନ୍ଦ୍ରାକାର ଛତିଶଗଡ଼ର ବେଶ ଜଣାଶୁଣା ସାମ୍ବାଦିକ ଥିଲେ । ବସ୍ତର ଜଂଶନ ନାମରେ ତାଙ୍କର ଏକ ୟ୍ୟୁଟୁବ ଚେନାଲ ରହିଥିବା ବେଳେ ପୁର୍ବରୁ ଇଟିଭି, ନ୍ୟୁଜ୧୮ ଓ ବର୍ତ୍ତମାନ ଏନଡିଟିଭି ରେ ସାମ୍ବାଦିକ ଭାବେ କାର୍ୟ୍ୟ କରୁଥିଲେ ମୁକେଶ ଚନ୍ଦ୍ରାକର ।
ମାଓ ଇଲାକାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାର ମାନେ ଆଦିବାସୀ ଲୋକଙ୍କୁ କିପରି ଭାବେ ଠକୁଛନ୍ତି ଲଗାତର ଭାବେ ତାହାର ପର୍ଦ୍ଦାଫାସ କରୁଥିଲେ ମୁକେଶ । ହେଲେ ଗାଙ୍ଗାଲୁର ଅଞ୍ଚଳର ଏକ ରାସ୍ତା ନିର୍ମାଣ କାର୍ୟ୍ୟରେ ହୋଇଥିବା ଦୁର୍ନୀତିକୁ ନେଇ ଠିକାଦାର ସୁରେଶ ଚନ୍ଦ୍ରାକାର ଙ୍କ ଆକ୍ରୋଶର ଶିକାର ହୋଇଥିଲେ ମୁକେଶ । ଗତ ୧ ତାରିଖରୁ ସାମ୍ବାଦିକ ମୁକେଶ ଚନ୍ଦ୍ରାକାର ନିଖୋଜ ଥିବାବେଳେ ଗତକାଲି ଠିକାଦାର ସୁରେଶ ଚନ୍ଦ୍ରାକାରଙ୍କ ପାଇଖାନା ଟାଙ୍କିରୁ ଶବ ଉଦ୍ଧାର କରିଛି ବିଜାପୁର ପୋଲିସ ।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।