February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜୁନାଗଡ଼ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମାଙ୍କନ ଦାଖଲ।


କଳାହାଣ୍ଡି:୨୩/୦୪ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନସଭା ପାଇଁ ଆଜି ବିଜେଡି ବିଧାୟକ ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନାମାଙ୍କନ ଦାଖଲ କରିଛନ୍ତି।

ବିଜେଡି ବିଧାୟକ ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ ବଜାର ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜୁନାଗଡ଼ ଆରାଧ୍ୟ ଦେବି ମାଁ ଲଙ୍କେଶ୍ୱରୀଙ୍କ ଆଶୀର୍ବାଦ ନେଇଥିଲେ ଏବଂ ଶଙ୍ଖନାଦ ସଂକଳ୍ପ ସମାବେଶରେ ଯୋଗଦେଇ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ ।ପରେ ଧର୍ମଗଡ ଉପଜିଲ୍ଲାପାଳ କାର୍ଯାଳୟକୁ ଆସି ନିର୍ବାଚନ ଅଧିକାରୀ ଙ୍କୁ ନାମାଙ୍କନ ଦାଖଲ କରିଛନ୍ତି ।

ଜୁନାଗଡ଼ ର ଜନ ସାଧାରଣ ଲଗାତାର ୨ ଥର ତାଙ୍କୁ ଆଶୀର୍ବାଦ କରିଛନ୍ତି ଓ ଚଳିତ ନିର୍ବାଚନ ରେ ମଧ୍ୟ ଆଶ୍ରିବାଦ କରିବେ ବୋଳି କହିବା ସହ ବିଗତ ୧୦ ବର୍ଷ ମଧ୍ୟରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ମୁଖ୍ୟମନ୍ତ୍ରୀ ଙ୍କ ଆଶ୍ରିବାଦ ରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ, ଓ ଆଗାମୀ ଦିନରେ ଜୁନାଗଡ଼ ର ଜନ ସାଧାରଣ ତାଙ୍କୁ ନିଶ୍ଚିତ ବିଜୟୀ କରାଇବେ ଓ ଜୁନାଗଡ଼ ପାଇଁ ସେ ଦେଖିଥିବା ସ୍ୱପ୍ନ ର ଜୁନାଗଡ଼ ନିର୍ମାଣ କରିବେ ବୋଳି କହିଛନ୍ତି। ଚଳିତ ନିର୍ବାଚନ ରେ ମଧ୍ୟ ଜୁନାଗଡ଼ରେ ଶଙ୍ଖନାଦ ହେବ ବୋଲି କହିଥିଲେ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।