January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜଙ୍କିଆ ପଲ୍ଲୀ ଉତ୍ସବ ଉଦଯାପିତ।

ଖୋର୍ଦ୍ଧା : ପବିତ୍ର ଗଣେଶପୂଜା ଉପଲକ୍ଷେ ଜଙ୍କିଆ ଓଁ ଶ୍ରୀ ଗ୍ରୁପ ପୂଜା କମିଟି ପକ୍ଷରୁ ବାଲିଗାଡ଼ିଆସ୍ଥିତ ବାସନ୍ତୀ ପଡିଆଠାରେ ଚାଲିଥିବା ଚତୁର୍ଦ୍ଧଶ  ଜଙ୍କିଆ ପଲ୍ଲୀ ଉତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପିତ ଦିବସରେ ଅନୁଷ୍ଠାନ ର ସଭାପତି ସୁନିଲ କୁମାର ନରେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପିତ ଦିବସରେ ମୂଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ଜଟଣୀ ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ର ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ଶିଳ୍ପପତି ସଂଜୟ ପଟ୍ଟନାୟକ, ଜଂକିଆ ଗ୍ରାମପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ଅନୁଷ୍ଠାନ ର ଆବାହକ ଭୁଷଣ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା |ଓଡ଼ିଶାର ଲୋକନୃତ୍ୟ ଓଡିଶୀ,ସମ୍ବଲପୁରୀ,ଦାଣ୍ଡିଆ ନୃତ୍ୟ ସହିତ ବିଭିନ୍ନ ଅନୁଷ୍ଠାନ ର ଡ୍ୟାନ୍ସ ଗ୍ରୁପନୃତ୍ମା ମାନ ଉପସ୍ଥିତ ଦର୍ଶକ ମାନଙ୍କୁ କିଛି ସମୟ ଧରି ବାନ୍ଧି ରଖିଥିଲା। ଜଂକିଆ ଉତ୍ସବ ପଡି ଆରେ ଘରକରଣା ସାମଗ୍ରୀ ଠାରୁ ଆରମ୍ଭକରି କାଶ୍ମୀର ଲଙ୍କା, ମଥୁରା କେକ୍, ଗୁପଚୁପ, ଚାଟ ଆଦି ଚଟପଟି ଖାଦ୍ୟ ସାମଗ୍ରୀ ଷ୍ଟଲରେ ଲୋକଙ୍କ ଭିଡ଼ ଜମିଥିଲା |ଦୋଳି ସମେତ  ଡ୍ରାଗନ ଟ୍ରେନ ଯୋଗୁଁ ଉପସ୍ଥିତ ଦର୍ଶକଙ୍କ ଉତ୍ସାହ ଯୋଗୁଁ ଭିଡ ଜମିଥିଲା | ଏକାଧିକ  ସରକାରୀ ଓ ବେସରକାରୀ ଷ୍ଟଲମାନ ପଡି  କିଣାବିକା ଜୋର ଧରିଥିଲା |ଆଗାମୀ ବର୍ଷରେ ଏହି ପଲ୍ଲୀ ଉତ୍ସବ କୁ ଅଧିକ ସରସ ସୁନ୍ଦର କରିବା ପାଇଁ ଖୋର୍ଦ୍ଧା ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।



 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।