ମୋ ଟିଭି ଓଡିଶା / ଖୋର୍ଦ୍ଧା :
ସ୍ୱାଧୀନତା କୁ ୭୭ ବର୍ଷ ପୁରି ସାରିଛି। ନିକଟ ରେ ଦେଶ ନିଜର ୭୮ତମ ସ୍ୱାଧୀନତା ଦିବସ ପାଳନ କରିଛି।ହେଲେ ପ୍ରଶ୍ନ ଉଠୁଛି ଯେ ଏହି ଦେଶ ର ସ୍ୱାଧୀନତା କେବଳ କଣ ପୁରୁଷ ଙ୍କ ପାଇଁ? ପଶ୍ଚିମବଙ୍ଗ ର ସନ୍ଦେଶଖାଲି ରେ ମହିଳା ମାନଙ୍କ ଉପରେ ଯେଉଁଭଳି ଅତ୍ୟାଚାର ଚାଲିଥିଲା ସେ ସମ୍ପର୍କ ରେ ଆମେ ସମସ୍ତେ ଅବଗତ। ବର୍ତମାନ ଆର. ଜି. କର ମେଡିକାଲ କଲେଜ ରେ ରାତି ଅଧ ରେ ଜଣେ ସ୍ନାତକତୋରା ଛାତ୍ରୀ ତଥା ଡାକ୍ତର ଙ୍କୁ ଯେଉଁଭଳି ଭାବେ ନିର୍ମମ ଭାବେ ବଳାତ୍କାର ପରେ ହତ୍ୟା କର ଯାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ବିଷୟ। ଏହି ପରିପ୍ରେକ୍ଷୀ ରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ସମଗ୍ର ଦେଶବ୍ୟାପି ଆନ୍ଦୋଳନ ଜାରି ରଖିଛି।
ଖୋର୍ଦ୍ଧା ଜିଲ୍ଲା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଏବିଭିପି ର ନେତୃତ୍ୱ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏହି ଘଟଣା କୁ ଘୋର ନିନ୍ଦା କର ଯାଇଛି।ଛାତ୍ର ଛାତ୍ରୀ ମାନେ ମହମବତୀ ଧରି ଶୋକ ମନାଇବା ସହ ପି ଏନ କଲେଜ ମୁଖ୍ୟ ଫାଟକ ଠାରେ ମୌମିତା ଙ୍କୁ ନ୍ୟାୟ ମିଳୁ ବୋଲି ଆନ୍ଦୋଳନ କରିଥିଲେ ଏବଂ ନ୍ୟାୟ ନ ମିଳିଲେ ରାଜରାସ୍ତା କୁ ଓଲ୍ହାଇବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଏବିଭିପି ର ପୁରୀ ବିଭାଗ ସହସଂଯୋଜକ ଶ୍ରୀ ଶୋଭନ ରାଉତରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରିତୀପଲ୍ଲବୀ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ସାହୁ,ସ୍ଵାଗତିକା ସୁନ୍ଦରାୟ,ରାଜେନ୍ଦ୍ର ପ୍ରଧାନ,ମୋନିକା ମହାପାତ୍ର, ଅର୍ପିତା ସାହୂ, ବର୍ଷା ପ୍ରିୟଦର୍ଶିନୀ, ବିଷ୍ନୁପ୍ରିୟା ସାହୂ, ସସ୍ମିତା ସାହୂ କିଶୋର କୁମାର ଏବଂ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।