MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ୨ମାନ୍ୟତା ପ୍ରସଙ୍ଗଶ୍ରେଣୀଗୃହ ସମସ୍ୟାକୁ ନେଇ ସମନ୍ୱୟ ବୈଠକ


ମୋ ଟିଭି ଓଡିଶା / ଆଗରପଡ଼ା : ୧୪/୦୮:

ଗତ ଜୁନ ୨୬ ତାରିଖରେ ରାଜ୍ୟ ସରକାରୀଙ୍କ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ୧୪ଟି ଜିଲ୍ଲାରେ ୭୯ଟି ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷିରେ ଭଦ୍ରକ ଜିଲ୍ଲାର ୪ଟି ହାଇସ୍କୁଲ ଅର୍ନ୍ତଭୂକ୍ତ । ତନ୍ନମଧ୍ୟରୁ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲ ଅନ୍ୟତମ । ସରକାରଙ୍କ ନିର୍ଦ୍ଦେଶାନୁସାରେ ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ୧୨୮ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ଓଡ଼ିଆ, ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର ଏବଂ ତର୍କ ଶାସ୍ତ୍ର ବିଷୟରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବାକୁ ଥିବା ବେଳେ ବର୍ତ୍ତମାନ ସରକାରଙ୍କ ଧାର୍ଯ୍ୟ ତାରିଖ ଅନୁସାରେ ଚଳିତ ମାସ ୧ତାରିଖ ଗୁରବାର ଠାରୁ ଚଳିତ ବର୍ଷର ଯୁକ୍ତ ୨ ପ୍ରଥମ ବର୍ଷ ପାଠ୍ୟକ୍ରମ ନାମ ଲେଖାଇଥିବା ୬୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି । ତେବେ ଏହି ବିଦ୍ୟାଳୟରେ ଶିକ୍ଷାଲାଭ କ୍ଷେତ୍ରରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ଥିବା ବେଳେ ତାହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିଲା ଯାହାକୁ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ସେମାନେ ପୂର୍ବରୁ ଚାଲିଥିବା କାଦବରାଙ୍ଗ ବାଳିକା ହାଇସ୍କୁଲଟି କାଦବରାଙ୍ଗ ନୋଡ଼ାଲ ସହ ମିଶିଯିବାପରେ ଉକ୍ତ ବାଳିକା ହାଇସ୍କୁଲଗୃହକୁ ବନ୍ତ ବିଡ଼ିଓ ବାବା ଧବଳେଶ୍ୱର ମହିଳା ମହାସଂଘ,କାଦବରାଙ୍ଗକୁ ହସ୍ତାନ୍ତର କରିଥିଲେ । ପରବର୍ତ୍ତୀ ସମୟରେ ମହାସଂଘ ଉକ୍ତ ପରିସରରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରି କାର୍ଯ୍ୟକରି ଆସୁଅଛି । କିନ୍ତୁ କାଦବରାଙ୍ଗ ହାଇସ୍କୁଲକୁ ଯୁକ୍ତ୨ ମାନ୍ୟତା ମିଳିବା ପରେ ଶ୍ରେଶୀ ଗୃହ ଅଭାବ ଦୃଷ୍ଟିରୁ ଉକ୍ତ ବାଳିକା ହାଇସ୍କୁଲ ଗୃହରୁ ଧବଳେଶ୍ୱର ମହାସଂଘକୁ ଉଜ୍ଝେଦ କରିବା ନିମନ୍ତେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେଣୁ ତାଙ୍କ ଅଭିଯୋଗ ଉପରେ ବିଚାରକରିବା ନିମନ୍ତେ ପଂଚାୟତ ସମିତି କାର୍ଯ୍ୟାଳୟ ,ବନ୍ତ ପକ୍ଷରୁ ବିଡ଼ିଓଙ୍କ ପତ୍ର ସଂଖ୍ୟା ୨୫୧୮/୯.୮.୨୪ରେ ୧୩ ତାରିଖରେ ବ୍ଳକ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ, ତହସିଲଦାର, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡ଼ିଶା ଜୀବିକା ମିଶନ, ବ୍ଲକ ଶିକ୍ଷାଧିକାରୀ, ସିଡ଼ିପିଓ, ଆଇଆଇସି, ସରପଂଚ, କାଦବରାଙ୍ଗ,ସଭାପତି/ସମ୍ପାଦକ,କାଦବରାଙ୍ଗ ହାଇସ୍କୁଲ କମିଟି,ସଭାପତି/ସମ୍ପାଦକ,କାଦବରାଙ୍ଗ ହାଇସ୍କୁଲ ଆଲୁୁମୁନି କମିଟି ଏବଂ ସଭାନେତ୍ରୀ/ସମ୍ପାଦିକା,ଧବଳେଶ୍ୱର ମହିଳା ମହାସଂଘ କାଦବରାଙ୍ଗକୁ ଉପସ୍ଥିତ ରହିବା ପାଇଁ ଅନୁରୋଧ କରିଥିଲେ । ବିଡ଼ିଓଙ୍କ ଅନୁରୋଧ କ୍ରମେ ବ୍ଳକ ସମ୍ମିଳନୀ କକ୍ଷରେ ଗତ ୧୩ ତାରିଖରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ପ୍ରଦୀପ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ, ଏଡ଼ିଇଓ ଜଗବନ୍ଧୁ ସାହୁ, ବିଇଓ ଡ଼.ପ୍ରଫୁଲ୍ଲ ସାହୁ, ସିଡ଼ିପିଓ ରୀତାରାଣୀ ମାଝୀ, ବିପିଏମ ଦୁର୍ଗାପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ପୀତବାସ ଜେନା, ପରିଚାଳନା କମିଟି ସଭାପତି ଦିଲ୍ଲୀପ ପଣ୍ଡା,ଆଲୁମୁନି କମିଟି ସଭାପତି ସୁବଳ କାନ୍ତ ପଣ୍ଡା, ପ୍ରାକ୍ତନ ସରପଂଚ ଭାଗିରଥୀ ସେଠୀ, ପ୍ରାକ୍ତନ ସମତିସଭ୍ୟ ରମେଶ ଚନ୍ଦ୍ର ପହି ଏବଂ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ମହିଳା ମହାସଂଘର ସଭାନେତ୍ରୀ , ସଂପାଦିକା, ସିଆରପି ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ନିଜନିଜ ମତ ରଖିଥିଲେ । ଶ୍ରେଣୀଗୃହ ସମସ୍ୟା ଯୋଗୁଁ ମହିଳା ମହାସଂଘ ସେଠାରୁ ଉଚ୍ଛେଦ ହେବାକୁ ଗୋଟିଏ ପକ୍ଷ ଦାବୀ କରିବା ବେଳେ ମହାସଂଘ ତାଙ୍କୁ ଗୃହର ବନ୍ଦୋବସ୍ତ କରିଦେଲେ ସେମାନେ ମଧ୍ୟ ବାଳିକା ହାଇସ୍କୁଲକୁ ପରିତ୍ୟାଗ କରିଦେବେ ବୋଲି ମତପୋଷଣ କରିଥିଲେ । ସ୍ଥାନୀୟ ସରପଂଚ ପ୍ରତିନିଧି ପଂଚାୟତର ବିଭିନ୍ନ ସ୍ଥାନରେ ମହାସଂଘର ଥଇଥାନର ବ୍ୟବସ୍ଥା କରିବାକୁ ଚେଷ୍ଟା କରିବେ ବୋଲି ମତ ରଖିଥିଲେ । ପରେ ଅନ୍ୟ ସବୁ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଅଭିଯୋଗକୁ ଶୁଣିବା ପରେ ଅଧିକାରୀ ଆସନ୍ତା ୩ଦିନ ମଧ୍ୟରେ ଏହା ଉପରେ ନିଜ ମତ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।