କଡ଼ଗାବାଲି ଗ୍ରାମରେ ତିନି ମାସ ହେଲାଣି ଜଳକଷ୍ଟ,
କାମରେ ଆସୁନି ନଳକୂପ ଅଭିଯୋଗ ପରେବି ହେଉନି ମରାମତି ।
ଦାରିଙ୍ଗବାଡି, ମୋ ଟିଭି ଓଡ଼ିଶା (ସୁଶାନ୍ତ କୁମାର ସାହୁ) :
ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଉ ସେ ସବୂର ଫଳ ଯଥେଷ୍ଟ ଅଧୁକ ରହୁଛି। ହେଲେ କିଛି ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ କିମ୍ବା ଆଉ କିଛି କାରଣରୁ ପାନୀୟ ଜଳ ସୁବିଧା ରୁ ବଞ୍ଚିତ ରହୁଛନ୍ତି ଗ୍ରାମବାସୀ ।
କନ୍ଧମାଳ ଢିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ କଡଗାବାଲି ଗ୍ରାମରେ ୨୦୨୧ ମସିହାରେ ଗ୍ରାମରେ ଚୁଆ , ନାଳ ପାଣି ପିଇ ଝାଡା ବାନ୍ତି ଲାଗିରହିଥିବା ବେଳେ ସେହି ସମୟରେ ଗ୍ରାମରେ ଦୁଇଟି ନଳକୂପ ନିର୍ମାଣ ହୋଇଥିଲା ।ହେଲେ ଗ୍ରାମରେ ଗୋଟିଏ ନଳକୂପ ଖରାପ ହେବାରୁ , ଗ୍ରାମରେ ପଚାଶରୁ ଉର୍ଦ୍ଧ୍ ପରିବାର ରହୁଥିବା ବେଳେ ଗୋଟିର ନଳକୂପ ପାଣି ସୁକିଯାଉଥିବା କହିଛନ୍ତି ଗ୍ରାମବାସୀ l ତେବେ ନଳକୂପ ଅଚଳ ବୋଲି ୱାଡ୍ ମେମ୍ବର ପାର୍ଥବ ପ୍ରଧାନ ସହ ଗ୍ରାମବାସୀ ପଞ୍ଚାୟତ ସରପଞ୍ଚ କୁ ଜଣାଇଥିଲେ I
କିଛି ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ ଏପଟେ ଗ୍ରାମ ସଭାର ଅଭିଯୋଗ କଳା ପରେ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, କହିଥିଲେ ଦାରିଙ୍ଗବାଡି ରୁ ଗାଡ଼ି ଆସି ତିଆରି କରିବ ଯାହା ଖର୍ଚ୍ଚ ଲାଗିବ ତୁମେ ଗାଁ ବାଲା କଲେକ୍ସନ କରି ଦେବାକୁ ପଡ଼ିବ ବୋଲି ସରପଞ୍ଚ ତତୁରା ପ୍ରଧାନ କହିଥିବା କଥା କହିଛନ୍ତ କଡ଼ଗାବାଲି ଗ୍ରାମର ଗୋବିନ୍ଦ ପ୍ରଧାନ, ଅନିଲ ପ୍ରଧାନ, ପ୍ରକାଶ ପ୍ରଧାନ, ଯୁଧିଷ୍ଟିର ପ୍ରଧାନ, ସୁଦାମ ପ୍ରଧାନ, କଲେଶ୍ୱର୍ ପ୍ରଧାନ, ପିଙ୍ଗାଲ ପ୍ରଧାନ , ମହାବୀର ପ୍ରଧାନ, ଜଗାବଳିଆ ପ୍ରଧାନ ଏବେ ଏକ କିଲୋମିଟର ଦୂରରେ ଥୁବା ଚୂଆପାଣି ଆଣି ବ୍ୟବହାର କରିବାକୁ ପଡ଼ୂଛି ବୋଲି ଗ୍ରାମର ମହିଳା ମାନେ ରୋଷେଇ ପାଇଁ ପାଣି ଠିକ୍ ଲାଗୁନଥିବା କହିଥିବା ବେଳେ ଗ୍ରାମରେ ତୁରନ୍ତ ନଳକୂପ ମରାମତି ପାଇଁ ଦାବିକରିଛନ୍ତି।
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।