କଳାହାଣ୍ଡି:୨୯/୦୪ : ପ୍ରବଳ ରୌଦ୍ର ତାପରେ ଜନ ଜୀବନ ଛଟପଟ ହେଉଥିବା ବେଳେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଖରାରୁ ଆସ୍ୱସ୍ତି ଦେଇଥିବା ବେଳେ ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ କୋକସରା ବ୍ଲକର ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ମଧ୍ୟ ସୂଚନା ମିଳିଛି।

ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ସହ ଘଡଘଡି ତୁହାକୁତୁହା ବର୍ଷା ହୋଇଛି। ଝଡତୋଫାନ କାରଣରୁ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ, ରାସ୍ତା କଡର ହୋଡିଂ, ବଡ଼ ବଡ଼ ଗଛ ଭାଙ୍ଗି ପଡିଛି। ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଗହନାମୁଣ୍ଡା ହରିଜନ ପଡାର ମୁକେଶ ନାଗଙ୍କ ଘରେ ଏକ ବଡ଼ ଗଛ ପଡିଯିବାରୁ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ସମୟରେ ଘରେ ୮ ଜଣ ସଦସ୍ୟ ଅଳ୍ପକେ ରକ୍ଷା ପାଇଛନ୍ତି।

ଖବର ପାଇ କୋକସରା ଦମକଳ କର୍ମଚାରୀ ମାନେ ପହଞ୍ଚି ଗଛକୁ କାଟିବା ପରେ ପରିବାରଙ୍କୁ ଉଦ୍ଧାର କରିଥିଲେ। କୋକସରାରୁ ଛିଲିପା ମାଲ ମଧ୍ୟରେ ଅନେକ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ଝଡତୋଫାନ ଯୋଗୁଁ କୋକସରା ବ୍ଲକ ଅଞ୍ଚଳରେ ବିଦ୍ୟୁତ ସରାବରାହ ମଧ୍ୟ ଠପ ହୋଇ ପଡିଛି । ଅନପଟେ ପ୍ରବଳ ବେଗରେ ପବନ ହେବାରୁ ଚାଷିଙ୍କ ଅମଲକ୍ଷମ ଧାନ ସବୁ ବିଲରେ ପାଣି ଲୋଟି ପଡିଛି, ଫଳରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ