ମୋଟିଭି ଓଡିଶା : କଳାହାଣ୍ଡି:୦୭/୦୫ : କାଳବୈଶାଖୀ ଆଣିଛି ତାତି ରୁ ଶାନ୍ତି, ହେଲେ ଏହାର ପ୍ରଭାବ ରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ ଅଞ୍ଚଳ ରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଭୋର ସମୟରେ ହାଠାତ କାଳବୈଶାଖୀ ସହ ପ୍ରବଳ ବେଗରେ ପବନ ଓ ଝିପି ଝିପି ବର୍ଷା ହୋଇଥିଲା। ତେବେ ବିଗତ କିଛି ଦିନ ରୁ ପ୍ରଚଣ୍ଡ ଖରା ରୁ ଲୋକେ ସାମୟିକ ଭାବେ ଆସ୍ୱସ୍ତି ମିଳିଥିବା ବେଳେ କାଳବୈଶାଖୀ ପ୍ରଭାବ ରେ ହୋଇଥିବା ଝଡତୋଫାନ ରେ କୋକସରା ବ୍ଲକ ର ଡୁଡୁକାଠେଙ୍ଗା,ଆମପାଣି ପଞ୍ଚାୟତ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।
କାଳବୈଶାଖୀ ର ପ୍ରଭାବ ଏତେ ଜୋର ରେ ଥିଲା ଯେ ଉପାନ୍ତ ଅଞ୍ଚଳ କୁ ଯୋଗାଣ ହେଉଥିବା ବଡ଼ ବଡ଼ ବିଦ୍ୟୁତ ଖୁଣ୍ଟ କୁ ଧରାଶାୟୀ କରିଦେଇଛି। ଡୁଡୁକାଠେଙ୍ଗା ପଞ୍ଚାୟତ ର ବଡ଼କଛାର କୁ ସଂଯୋଗ କରୁଥିବା ବିଦ୍ୟୁତ ଖୁଣ୍ଟ କୁ ଉପାଡି ଦେଇଛି,ଫଳରେ ଏହି ଅଞ୍ଚଳ ରେ ବିଦ୍ୟୁତ ସେବା ଠପ ହୋଇପଡିଛି। ଏନେଇ ସରପଞ୍ଚ ହରିପ୍ରିୟା ନାଗ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କୁ ସୂଚନା ଦେଇଥିଲେ ଓ ଖବର ପାଇଁ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ମରାମତି କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ