January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ।

କଳାହାଣ୍ଡି:୦୪/୦୧(ସନତ ପ୍ରଧାନୀ)


ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଭବାନୀପାଟଣା ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଭବାନୀପାଟଣା ଓ ଧର୍ମଗଡ ସାଂସ୍କୃତିକ ଉପ କମିଟିର ଏକ ସମନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ଭବାନୀପାଟଣା କୁ ଆସୁଥିବା ସାଂସ୍କୃତିକ ଦଳ ଓ ଷ୍ଟାର ପ୍ରୋଗ୍ରାମ ସବୁ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜସ୍ଥାନର ମାଙ୍ଗନିହାର, ହରିୟାନା ର ଘୁମର ଓ ଫାଗ, ପଞ୍ଜାବ ର ଭାଙ୍ଗଡ଼ା, ଝାରଖଣ୍ଡ ର ପାଇକିଆ, ଆସାମ ର ବିହୁ, ମହାରାଷ୍ଟ୍ର ର ଲାବଣୀ, ହିମାଚଳ ପ୍ରଦେଶର ହିମାଚଳି ସମେତ ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଦଳ ତିନି ଦିନ ଧରି ସେମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିରିକୃତ ହୋଇଛି।

ଏହାବ୍ୟତୀତ ଷ୍ଟାର ପ୍ରୋଗ୍ରାମ ରେ ପ୍ରଥମ ଦିନରେ ସର୍ବେଶ୍ଵର ଭୋଇ ଓ ସାଥୀ, ଦ୍ଵିତୀୟ ଦିନରେ ବିଷ୍ଣୁ ମୋହନ କବି ଓ ସୌରଭ ନାଏକ, ଭୁବନେଶ୍ଵର ଓ ତୃତୀୟ ଦିବସରେ ଅସୀମା ପଣ୍ଡା ଓ ସାଥୀ ଙ୍କର ସଙ୍ଗୀତ କାର୍ଯକ୍ରମ ପାଇଁ ଚୂଡ଼ାନ୍ତ ଆଲୋଚନା ହୋଇଛି। ଏହା ବ୍ୟତୀତ ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ସେମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ ଧର୍ମଗଡ଼ ମଞ୍ଚରେ ପ୍ରଦର୍ଶନ କରିବେ। ଏହି ବୈଠକରେ ଭବାନୀପାଟଣା ସାଂସ୍କୃତିକ ଉପ କମିଟି ର ସହ ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ଧର୍ମଗଡ଼ ସାଂସ୍କୃତିକ ଉପ କମିଟିର ସହ ଜିଲ୍ଲାପାଳ ଅଜିତ କୁମାର ଶବର, ଉପ କମିଟି ର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ସଞ୍ଜୀବ କୁମାର ମୁଣ୍ଡ, ପ୍ରଶାନ୍ତ ପଣ୍ଡା, ବିଦ୍ୟାଧର ସାହୁ, ବ୍ରଜେସ ପଣ୍ଡା ଓ ବିଶିଷ୍ଟ ସଙ୍ଗୀତଜ୍ଞ ସର୍ବେଶ୍ଵର ଭୋଇ ଉପସ୍ଥିତ ଥିଲେ।

Latest news