କଳାହାଣ୍ଡି:୧୫/୦୧(ସନତ ପ୍ରଧାନୀ)
କଳାହାଣ୍ଡିର କଳା, ସଂସ୍କୃତି ଓ ପରମ୍ପରା ର ବର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଭବାନୀପାଟଣା ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଯାଇଛି l

କଳାହାଣ୍ଡିର ଧାର୍ମିକ ଭାବଧାରା ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଏଗାରଟି ପୀଠରୁ ପବିତ୍ର ମଶାଲ ଅଣାଯାଇ ଉତ୍ସବ ସ୍ଥଳରେ ସ୍ଥାପନ ପରେପରେ ଆଜି ବିଧିବଦ୍ଧ ଭାବେ କଳାହାଣ୍ଡି ଉତ୍ସବର ମହାପର୍ବ ଉଦଘାଟିତ ହୋଇଯାଇଛି ।

ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବି ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପାଳ ସଚିନ ପାୱାର ,ଏବଂ ସମସ୍ତ ବ୍ଲକ ର ଅଧ୍ୟକ୍ଷ ମାନେ ପ୍ରମୁଖ ମଞ୍ଚାସୀନ ଥିଲେ l କଳାହାଣ୍ଡିର ମହନୀୟ କଳା, ସଂସ୍କୃତି ଓ ପରମ୍ପରା ଆଜି ସାରା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି l

ଅବର୍ଣ୍ଣନୀୟ କଳାର ସମ୍ଭାର ଏ ମାଟିର ଅପୂର୍ବ ମହୋତ୍ସବ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା l ଏହି ମହାନ ପରମ୍ପରାକୁ ଉଜ୍ଜୀବିତ କରି ରଖିଥିବା ଏଇ ଲୋକ ମହାପର୍ବ କେବଳ ପାଳିତ ହେଉନାହିଁ ନୂଆ ନୂଆ ଇତିହାସ ଲେଖୁଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ l ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲକ୍ଷାଧିକ ଦର୍ଶକ ଉପଭୋଗ କରିଥିଲେ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।