MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପାହାଡେଶ୍ୱର ଶୈବପୀଠ ପ୍ରତିଷ୍ଠା ପାଇଁ କଲସ ଯାତ୍ରା ଓ ଦେବ ପୂଜନ

ମୋଟିଭି ଓଡିଶା : କଳାହାଣ୍ଡି:୦୧/୦୬(ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଠାରେ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ରେ ନୂତନ ଶୈବପୀଠ ପ୍ରତିଷ୍ଠା ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶନିବାର କଲସ ଯାତ୍ରା ସହ ଶିଵ ମନ୍ଦିର ପ୍ରତିଷ୍ଠା ପାଇଁ ଅନୁକୂଳ ଆରମ୍ଭ ହୋଇଛି। ଶନିବାର ସକାଳୁ ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟୁଆ, ସଂକୀର୍ତ୍ତନ ଦଳର ଭଜନ କୀର୍ତ୍ତନ ର ଭକ୍ତିମୟ ପରିବେଶରେ କଳସ ଯାତ୍ରାରେ ଶତାଧିକ ମହିଳା, ଯୁବତୀ ଗ୍ରାମବାସୀ ଶ୍ରଦ୍ଧାଳୁ ମାନେ କଳସ ଯାତ୍ରାରେ ସାମିଲ ହୋଇଥିଲେ। କଳସ ଯାତ୍ରାର ପୂଜାକର୍ତ୍ତା ଭାବେ ଶ୍ରୀ ରାଜୀବ ଅଗ୍ରୱାଲ, ଶ୍ରୀମତୀ ରିତା ଅଗ୍ରୱାଲ ସପତ୍ନୀକ ନିକଟସ୍ଥ ମୁଣ୍ଡରା ନଦୀରୁ ପୂଜାର୍ଚ୍ଚନା ପରେ ପବିତ୍ର କଳସ ରେ ଜଳ ନେଇ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମନ୍ଦିରକୁ ପହଞ୍ଚି ଅଷ୍ଟ ପ୍ରହର ନାମଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ।

ସନ୍ଧ୍ୟାରେ ଦେବ ପୂଜନ ଓ ଅର୍ଣ୍ଣାଧିବାସ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସୋମବାର ପାହାଡେଶ୍ୱର ଶିଵ ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ଅଷ୍ଟ ପ୍ରହର ନାମଯଜ୍ଞ ପ୍ରାତଃ ସମୟରେ ଆରମ୍ଭ ସହ ଧ୍ଵଜା ରୋପଣ, ବିଗ୍ରହ ପ୍ରବେଶ ଓ ସନ୍ଧ୍ୟାରେ ଦୀପ ମହୋତ୍ସବ କାର୍ଯ୍ୟକ୍ରମ ରହିଛି। ଅଷ୍ଟ ପ୍ରହର ନାମଯଜ୍ଞ ପୂଜାକର୍ତ୍ତା ଭାବେ ଶ୍ରୀ ରସିକଲାଲ ପୁଝାରି ଓ ତାଙ୍କ ଧର୍ମପତ୍ନୀ ଈଶ୍ୱରୀ ପୁଝାରି ପୂଜା କାର୍ଯ୍ୟ ସମ୍ପାଦନ କରିବେ। ପାହାଦେଶ୍ୱର ମନ୍ଦିର କମିଟି ପକ୍ଷରୁ ସଭାପତି ଜୟରାମ ପୁଝାରି, ସମ୍ପାଦକ ପ୍ରଦୀପ ପଟେଲ, ସ୍ଥାନୀୟ ସରପଞ୍ଚ ଗଜାନନ ପୁଝାରି, ପ୍ରଣବ ବେହେରା, ନିଳାମ୍ବର ବାରିକ, ମନୁ ପଟେଲ, ବିପ୍ର ପଟେଲ ସମେତ ଫୁଫ ଗାଁ ଓ ଆଖପାଖ ର ଗ୍ରାମବାସୀ ମାନେ ପରିଚାଳନାରେ ସହଯୋଗ କରୁଛନ୍ତି। ମଙ୍ଗଳବାର ଅଷ୍ଟ ପ୍ରହର ନାମଯଜ୍ଞ ସମାପନ ପରେ ନଗର ପରିକ୍ରମା ଦହି ହାଣ୍ଡି ଭଗ୍ନ କାର୍ଯ୍ୟକ୍ରମ ରହିଥିବା ନେଇ ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।