ବାଲିଗୁଡା, (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):
କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠାନ ପକ୍ଷରୁ ଦୁଇଟି ନାଟକ ର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଙ୍କ ରଚିତ ନାଟକ ” ଆହେ ନୀଳ ଶଇଳ ଓ ନାଟ୍ୟଚେତନା ର ପ୍ରତିଷ୍ଠାତା ତଥା ବିଶିଷ୍ଟ ନାଟ୍ୟକାର ସୁବୋଧ ପଟ୍ଟନାୟକ ଙ୍କ ରଚିତ ନାଟକ ” ଫୁଲ “ମଞ୍ଚସ୍ଥ ହେବ l

ବାଲିଗୁଡା ଅଞ୍ଚଳ ର ବରିଷ୍ଠ ନାଟକ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ର ଏହାର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ନାଟକ ଟି ବାଲିଗୁଡା ଅଞ୍ଚଳ ର ବଛା ବଛା କଳାକାର ଙ୍କୁ ନେଇ ନାଟକ ପ୍ରସ୍ତୁତ ହେବ l ଆସନ୍ତା କାଲି ଠାରୁ ଅଡିସନ କାର୍ଯ୍ୟ ଆରମ୍ଭ ହେବ l ଏହି ଦୁଇଟି ରଙ୍ଗମଞ୍ଚ ନାଟକ ଭିନ୍ନ ସ୍ୱାଦର ହୋଇ ଥିବାରୁ ବାଲିଗୁଡା ର ଦର୍ଶକ ଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇବ ବୋଲି ଆଶା କରାଯାଇଛି l
ବହି ପୂଜନ କାର୍ଯ୍ୟକ୍ରମ ରେ କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ ଅନୁଷ୍ଠାନ ର କଳାକାର ବିଶ୍ୱଜିତ, ସଞ୍ଜୟ, ବୁନା, ଗୁଣ୍ଡିଚା, ଭାଗିରଥି,ମିଚି, ଜଗନ୍ନାଥ ବିଶୋଇ, ଜଗନ୍ନାଥ ପାତ୍ର, ସନ୍ତୋଷ, ଅମୁଲ୍ୟ, ଶ୍ରୀକାନ୍ତ ଓ ମୁଖ୍ୟ ସହଯୋଗୀ ଭାବେ ମକରଧ୍ଵଜ ନାୟକ, ସୁବ୍ରତ ମାଝୀ, ବିଭୁତି ଲହରିଆ, ଟିକି ଦଣ୍ଡିଆ, ସାମୁଏଲ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ଡିସେମ୍ବର ମାସରେ ନାଟକ ମଞ୍ଚସ୍ଥ ହେବ ବୋଲି କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ପକ୍ଷରୁ କୁହାଯାଇଛି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।