MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ


କନ୍ଧମାଳ :(ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ବିଶେଷ କରି କନ୍ଧମାଳ ଜିଲାରେ ୨୦ଟି ନୂତନ ପେଟ୍ରୋଲ ପମ୍ପ ସ୍ଥାପନ ସହିତ ସହରାଞ୍ଚଳ ଏବଂ ଉପସହରାଞ୍ଚଳରେ ଜୈବିକ ଇନ୍ଧନ ଓ ସିଏନଜି ବ୍ୟବସ୍ଥା ଆରମ୍ଭ କରିବା ଦିଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ଗେଲ୍‌ ଏବଂ ସ୍ଥାନୀୟ ଏମ୍‌ଏସ୍‌ଏମଇ ବିକ୍ରେତାଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ଉପରେ ମଧ୍ୟ ସାଂସଦ ଶ୍ରୀ ପାଣିଗ୍ରାହୀ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଗେଲ୍‌ ନିଜର ପାଇପ୍‌ ଲାଇନ୍‌ ନେଟୱାର୍କ କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ କିଭଳି ଭାବେ ଅଧିକରୁ ଅଧିକ ବିସ୍ତାର କରିବ ସେ ନେଇ ମଧ୍ୟ ସାଂସଦ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଗଲେ କନ୍ଧମାଳ ଜିଲାର ବିକାଶ ଆହୁରି ବ୍ୟାପକ ହୋଇ ପାରିବ ବୋଲି ସାଂସଦ ଆଲୋଚନା ବେଳେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୋଲି ଏକ ପ୍ରେସ୍‌ ବିବୃତ୍ତିରେ ଦର୍ଶାଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।