February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ପୁଣି ଜେଲ ଫେରିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ / ମୋଟିଭି ଓଡିଶା : ୦୨।୦୬: ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଦେଶକୁ ଶନିବାର ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଏହାସହ କେଜ୍‌ରିଓ୍ବାଲ ରବିବାର ତିହାର ଜେଲକୁ ପ୍ରତ୍ୟାବର୍ତ୍ତନ କରିବା ସ୍ପଷ୍ଟ ହୋଇଛି। ଶୁଣାଣି ସମୟରେ କୋର୍ଟଙ୍କ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କେଜ୍‌ରିଓ୍ବାଲଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି। ଯଦି ଜେଲରେ କେଜ୍‌ରିଓ୍ବାଲଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ ତାଙ୍କୁ ଏମ୍‌ସ କିମ୍ବା ଅନ୍ୟ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଜୁନ୍ ୨ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ତିହାର ଜେଲ୍ ଯିବା ପୂର୍ବରୁ ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀ ସ୍ମାରକୀ, ଡିଡିୟୁ ମାର୍ଗରେ ଥିବା ଦଳୀୟ କାର୍ୟ୍ୟାଳୟ ଏବଂ ଏକ ମନ୍ଦିର ପରିଦର୍ଶନ କରିବେ । ତିହାର ଯିବା ପୂର୍ବରୁ ଆପ୍ ନେତାଙ୍କ ସହ ବିଚାର ବିମର୍ଶ କରିଥିବା ମଧ୍ୟ ଜଣାପଡିଛି । ଆତ୍ମସମର୍ପଣର ଗୋଟିଏ ଦିନ ପୂର୍ବରୁ କେଜ୍ରିଓ୍ଵାଲ ଶନିବାର ତାଙ୍କ ବାସଭବନରେ ଆପର ରାଜନୈତିକ ବ୍ୟାପାର କମିଟିର ବୈଠକ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ‘ଭାରତ’ ମେଣ୍ଟର ଏକ ବୈଠକରେ ଯୋଗ ଦେଇଥିଲେ, ଯେଉଁଥିରେ କ୍ୟାବିନେଟ୍ ମନ୍ତ୍ରୀ ଆତିଶୀ, ରାଜ୍ୟସଭା ସଦସ୍ୟ ରାଘବ ଚଢ଼ା ଏବଂ ସଞ୍ଜୟ ସିଂହ ଏବଂ ବିଧାୟକ ଦୁର୍ଗେଶ ପାଠକଙ୍କ ସମେତ ଆପର ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।