MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କେଜରିଓ୍ବାଲଙ୍କ ଦମ୍ଭୋକ୍ତି, ୭୦ରୁ ୭୦ ଆସନରେ ଜିତିବି

ମୋଟିଭି ଓଡିଶା :  ନୂଆଦିଲ୍ଲୀ ୨୪/୦୫ :  ନିର୍ବାଚନ ନେଇ ଚାଲିଥିବା ମାହୋଲ ମଧ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଦମ୍ଭୋକ୍ତି ବାଢିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ କହିଛନ୍ତି, ଯଦି ମୁଁ ଆଗାମୀ ବିଧାନସଭା ନିର୍ବାଚନ ଯାଏଁ ଜେଲରେ ରୁହେ, ତଥାପି ଆମ ଆଦମି ପାର୍ଟି(ଏଏପି) ଦିଲ୍ଲୀରେ ୭୦ରୁ ୭୦ ଆସନରେ ବିଜୟୀ ହେବ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏପରି ଦମ୍ଭୋକ୍ତି ଦେଖାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ। ତାଙ୍କ ସ୍ତ୍ରୀ ସୁନୀତା କେଜରିୱାଲ ନିର୍ବାଚନ ଲଢିବେ କି ନାହିଁ ପ୍ରଶ୍ନରେ କେଜରିୱାଲ କହିଛନ୍ତି ସୁନୀତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

କେଜରିଓ୍ବାଲ ଆହୁରି କହିଛନ୍ତି, ଯଦି ସେମାନେ ମୋତେ ଜେଲରେ ରଖନ୍ତି, ମୁଁ ସେଠାରୁ ନିର୍ବାଚନ ଲଢିବି ଏବଂ ମୋର ବିଶ୍ୱାସ ଅଛି ଯେ ଆମେ ମୋଟ ୭୦ରୁ ୭୦ ଆସନରେ ଜିତିବୁ। ଆମର ସମସ୍ତ ବିଧାୟକଙ୍କୁ ଜେଲରେ ରଖନ୍ତୁ ଏବଂ ଦିଲ୍ଲୀରେ ଭୋଟିଂ କରାନ୍ତୁ। ଦେଖିବେ ଏଏପି ବିଜୟୀ ହେବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।