January 27, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମହାପ୍ରଭୁ ବଳଦେବଜୀଉ ବ୍ରହ୍ମ ତାଳଧ୍ଵଜ ରଥରୁ ବଡ ଦେଉଳକୁ ଫେରିବା ପରେ ଶେଷ ହୋଇଛି ଘୋଷଯାତ୍ରା । 

ମୋ ଟିଭି ଓଡିଶା / କେନ୍ଦ୍ରାପଡ଼ା :

ଜନ୍ମବେଦୀରୁ ଲେଉଟି ରତ୍ନ ସିଂହାସନକୁ ବିଜେ କଲେ ମହାପ୍ରଭୁ ବଳଦେବଜୀଉଙ୍କ ସହ ଭାଇଭଉଣୀ ଓ ଶ୍ରୀ ସୁଦର୍ଶନ । ଗୁରୁବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଘୁନାଥ ବେଶରେ ମହାପ୍ରଭୁ ଦର୍ଶନ ଦେବା ପରେ ରାତି ୧୦ଟାରେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ଶ୍ରୀଜୀଉମାନଙ୍କ ନିକଟରେ ଅଧରପଣା ଲାଗି କରିବା ପରେ ଏହାକୁ ପାଇବା ପାଇଁ ଭକ୍ତଙ୍କ ମହଲରେ ଉତ୍ସାହ ଦେଖା ଯାଇଥିଲା । ଏହାପରେ ଶ୍ରୀଜୀଉଙ୍କ ରଘୁନାଥ ବେଶ ଖୋଲାଯାଇ ମୁଖ୍ୟ ମନ୍ଦିରରୁ ଟାହିଆ ଆଦି ଆସିବା ପରେ ରଥ ଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ବଡ଼ଧୂପ ଦିଆଯାଇ ପରେ ଧାଡି ପହଣ୍ଡିରେ ବାସୁକି ନାଗ ଠାଣିରେ କେନ୍ଦ୍ରାପଡାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉ, ପ୍ରଭୁ ଜଗନ୍ନାଥ, ଭଗିନୀ ସୁଭଦ୍ରାଙ୍କୁ ବିଜେପଣ୍ଡା ସେବାୟତ ମାନେ ପହଣ୍ଡି କରି ମୁଖ୍ୟ ମନ୍ଦିରକୁ ଆଣିଥିଲେ ।

ଏହି ପହଣ୍ଡି ନୀତି ରାତି ସାଢ଼େ ଦଶଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ସାଢେ ଦୁଇଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ମହାପ୍ରଭୁ ପହଣ୍ଡି ହୋଇ ନୀଳାଦ୍ରି ବିଜେ କରି ରତ୍ନ ସିଂହାସନକୁ ଯିବା ପର୍ଯ୍ୟନ୍ତ ଅପଲକ ନୟନରେ ଏହାକୁ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଭକ୍ତ । ନ’ଦିନର ଘୋଷଯାତ୍ରା ସାରି ଭାଇ ଭଉଣୀଙ୍କୁ ଧରି ରତ୍ନ ସିଂହାସନକୁ ଫେରିଛନ୍ତି ଜଗତକର୍ତ୍ତା । ଲୀଳାମୟଙ୍କୁ ରଥାରୂଢ ହେବାର ଦେଖି ଭକ୍ତର ଚର୍ମଚକ୍ଷୁ ପବିତ୍ର ହୋଇଛି । ରାତିରେ କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉ ବ୍ରହ୍ମ ତାଳଧ୍ଵଜ ରଥରୁ ବଡ ଦେଉଳକୁ ଫେରିବା ପରେ ଶେଷ ହୋଇଛି ଘୋଷଯାତ୍ରା । 

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।