ମୋ ଟିଭି ଓଡିଶା / ଖୋର୍ଦ୍ଧା :
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ଓଡିଶା ସରକାର ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ରେ ଭତ୍ତା ବଣ୍ଟନ କରାଯାଇଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରତ୍ୟକ୍ଷ ତତ୍ବାବଧାନରେ ଟାଙ୍ଗୀ ବ୍ଳକ ଉନ୍ନୟନ ଅଧିକାରିଣୀ ରେସ୍ମା ଟେଟେ ଓ ବ୍ଳକ ଅଧକ୍ଷା ରିସ୍ମା ମାନଧାତାଙ୍କ ଉପସ୍ଥିତ ରେ ଭତ୍ତା ବଣ୍ଟନ କରାଯାଇଛି। ଟାଙ୍ଗୀ ବ୍ଳକ ର ୨୬ ପଂଚାୟତର ୨୭୨ ଜଣ ନୂତନ ହିତାଧିକାରୀଙ୍କୁ ବିଧାୟକ ଭତ୍ତା ବଣ୍ଟନ କରିଥିଲେ।
ବ୍ଳକରେ ଥିବା ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ ବିଧାୟକ।ବ୍ଳକ ରେ ଉପସ୍ଥିତ ବିଭିନ୍ନ ପଂଚାୟତରୁ ଆସିଥିବା ଲୋକଙ୍କ ସମସ୍ୟା ମଧ୍ଯ ବୁଝିଥିଲେ ବିଧାୟକ। ୧୦ ବର୍ଷ ହେଲା ହେଇ ପାରିନଥିବା ଡିଆ ପଂଚାୟତ ନୂତନ ଗ୍ରୁହପାଳିତ ଆଗାମୀ ୩ ମାସ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ। ଜଂକିଆ ପେପସି କଂପାନୀ ରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମସ୍ୟା ସମାଧାନ କରିବାକୁ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।