February 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପ୍ରସିଦ୍ଧ ଐତିହାସିକ ପଞ୍ଚଦୋଳ ଯାତ୍ରା

ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପ୍ରସିଦ୍ଧ ଐତିହାସିକ ପଞ୍ଚଦୋଳ ଯାତ୍ରା।ଏଥିନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସାହ।ରାମେଶ୍ୱର ଗାଁ ମେଳନ ପଡିଆ ହୋଇଛି ଉତ୍ସବମୁଖର। ପଂଚୁଦୋଳ ଉତ୍ସବକୁ ପାଳନ କରିବା ପାଇଁ ଦୋଳପଡିଆରେ ବିଜେ ମଣ୍ଡପରେ ଦୋଳବିମାନରେ ବିରାଜମାନ କରିଛନ୍ତି ଠାକୁର।ଚଳିତ ବର୍ଷ ମହା ଆଡମ୍ବରରେ ହେଉଛି ପଂଚୁଦୋଳ ଯାତ୍ରା।

ଦେଖନ୍ତୁ ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପଂଚୁଦୋଳ ପଡିଆ ଏ ବର୍ଷ ଜମିଛି ପଞ୍ଚୁଦୋଳ।ଘରେ ଘରେ ଜମିଲେଣି କୁଣିଆ।ପଡିଆରେ ମେଳିଛି ରଂଗ ବେରଙ୍ଗର ପସରା।ଦୋଳପଡିଆରେ ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍ ମନ କିଣି ନେଲାଣି।
ଠାକୁର ଠାକୁରାଣିଙ୍କ ଦୋଳବିମାନ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହୋଇଛି ଦୋଳବିମାନ।ଥାନାଧିପଡି ଜଗତ୍ରମୋହନ ଏକ ବିରାଟ ପଟୁଆରରେ ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ,ଚାଙ୍ଗୁ, ବାଘ, ଘୋଡ଼ାଇ,କେଳା କେଳୁଣୀ,ନାଗା ନୃତ୍ୟ, ରଜାରାଣି, ଷଣ୍ଢ ନୃତ୍ୟ,ଘୋଡା ନୃତ୍ୟ ସବୁ ସାମିଲ ହୋଇ ଗ୍ରାମ ପରିକ୍ରମା କରି ଦୋଳମଣ୍ଡପରେ ବିଜେ ହୋଇଛନ୍ତି।
ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିସାରିଲେଣି ସ୍ଥାନାଧିପତି ଜଗତ୍ରମୋହନ ଦେବ।ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠୁଛି ମେଳଣ ପଡିଆ।ରାମେଶ୍ୱର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସହଯୋଗ ଓ ଦୋଳକମିଟି ସଦସ୍ୟ ମାନଙ୍କ ସହଯୋଗ ରେ ପଂଚୁଦୋଳ ଯାତ୍ରା ଅନୁଷ୍ଠିତ ହେଉଛି।ଦୋଳପଡିଆ ରେ ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ଲୋକ ମାନଙ୍କୁ ବେଷ ଆକର୍ଷଣ କରିଛି।

ବସନ୍ତ ଋତୁର ଏହି ମହାମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେଇଛି ଅଶେଷ ଆନନ୍ଦ।ଦୋଳପଡିଆରେ ଖଚାଖଚ ଭିଡରେ ଭକ୍ତଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରି ଠାକୁରଙ୍କ ଉପରେ ଅବିର ଛିଚିଂ ମହାପ୍ରଭୁଙ୍କ ନିକଟରେ ଆଶିଷ ଭିକ୍ଷା କରିଛନ୍ତି ଏବଂ ଦୋଳପଡିଆ ରେ ବୁଲାବୁଲି କରି କିଣାକିଣି କରି ମଜାନେଉଛନ୍ତି।ଘରେ ଘରେ ବନ୍ଧୁବାନ୍ଧବ ଭିଡ ମଧ୍ୟରେ ବେଶ ପଂଚୁଦୋଳ ଯାତ୍ରା ଚାଲିଛି।ଭକ୍ତ ଶ୍ରଦ୍ଧାଳୁ ମାନେ ସୁରକ୍ଷିତ ଭାବରେ ପଚୁଂଦୋଳ ଯାତ୍ରା ରୁ ବୁଲାବୁଲି କରି ବେଶ ମଜା ନେଉଛନ୍ତି।ଚଳିତ ବର୍ଷ ପଂଚୁଦୋଳ ମେଳନ ପଡିଆରେ ଦୋକାନ କରି ବ୍ୟବସାୟ କରି ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ।ରାମେଶ୍ୱର ରେ ଶାନ୍ତି ଶୃଙ୍ଖଳା ର ସହିତ ପଂଚୁଦୋଳ ଯାତ୍ରା ଆୟୋଜିତ ହୋଇଛି।

ଚଳିତ ବର୍ଷ ରାମେଶ୍ୱର ପଂଚୁଦୋଳ ଯାତ୍ରା କୁ କିଭଳି ସୁରୁଖୁରୁରେ ପାଳନ କରୁଛନ୍ତି ତାହା ଦେଖିବାର ବାକି ରହିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।