ଖୋର୍ଦ୍ଧା ଜିଲ୍ଲା ଛଣଗିରି ପ୍ରସିଦ୍ଧ ଐତିହାସିକ ପଞ୍ଚୁଦୋଳ ଯାତ୍ରା।ଛଣଗିରି ଦୋଳ ଯାତ୍ରା ଆସିଲେ ସ୍ଥାନୀୟ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସାହ।ଛଣଗିରି ଗାଁ ମେଳନ ପଡିଆ ହୋଇଛି ଉତ୍ସବମୁଖର। ପଂଚୁଦୋଳ ଉତ୍ସବକୁ ପାଳନ କରିବା ପାଇଁ ଦୋଳପଡିଆରେ ବିଜେ ମଣ୍ଡପରେ ଦୋଳବିମାନରେ ବିରାଜମାନ କରିଛନ୍ତି ଆଖପାଖ ୧୫ଟି ମୈ।ଜାର ୪୫ ଠାକୁର ଠାକୁରାଣୀ।ଛଣଗିରିରେ ତିଦିଦିନ ଧରି ଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ମହା ଆଡମ୍ବରରେ ହେଉଛି ପଂଚୁଦୋଳ ଯାତ୍ରା।ଆସନ୍ତୁ ଦେଖିବା ଏହି ରିପୋର୍ଟ।
ଦେଖନ୍ତୁ ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଛଣଗିରି ପଂଚୁଦୋଳ ପଡିଆ ଏ ବର୍ଷ ଜାକ ଜମକରେ ଜମିଛି ପଞ୍ଚୁଦୋଳ ପଡିଆ।ରଂଗବେରଗଂର ଆଲୋକ ମାଳାରେ ଝଲସି ଉଠିଛି ଦୋଳପଡିଆ।ବହୁ ପ୍ରାଚୀନ ପରମ୍ପରା ସର୍ବପୁରାତନ ଦୋଳଯାତ୍ରା।ଚଳିତ ବର୍ଷ ଦୋଳବିମାନରେ ଦୋଳପଡିଆର ବିରାଜମାନ କରିଛନ୍ତି ୪୫ ଠାକୁର ଠାକୁରାଣୀ।ପଡିଆରେ ମେଳିଛି ରଂଗ ବେରଙ୍ଗର ମନୁହରି ଓ ଖାଦ୍ୟର ପସରା।ଠାକୁର ଠାକୁରାଣିଙ୍କ ଦୋଳବିମାନ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହୋଇଛି।ସ୍ଥାନାଧିପଡି ଗୋପିନାଥଦେବ ଭାଇ ଚନ୍ଦ୍ର ଶେଖର ଦେବଙ୍କ ସହିତ ଏକ ବିରାଟ ପଟୁଆରରେ ବାହାରି ତାରିଣୀ ଛକରେ ହରିହର ଭେଟ ହୋଇ ସମସ୍ତ ଠାକୁର ଠାକୁରାଣୀ ଏକତ୍ରୀତ ହୋଇ ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ,ଚାଙ୍ଗୁ, ବାଘ ନୃତ୍ୟ, ଘୋଡ଼ାଇ,କେଳା କେଳୁଣୀ,ନାଗା ନୃତ୍ୟ, ଷଣ୍ଢ ନୃତ୍ୟ,ଘୋଡା ନୃତ୍ୟ ସବୁ ସାମିଲ ହୋଇ ଗ୍ରାମ ପରିକ୍ରମା କରି ଦୋଳମଣ୍ଡପରେ ବିଜେ ହୋଇଛନ୍ତି।
ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରି ସ୍ଥାନାଧିପତି ଗୋପିନାଥ ଦେବ ବିରାଜମାନ କରନ୍ତି ଦୋଳପଡିଆ ଦୋଳମଣ୍ଡପରେ।ହରିବୋଲ ହୁଳହୁଳି ଧୂନୀରେ ଫାଟିପଡୁଛି ମେଳଣ ପଡିଆ।ଛଣଗିରି ଗ୍ରାମର ପଂଚୁଦୋଳ ଯାତ୍ରା କମିଟି ସହଯୋଗ ରେ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହେଉଛି ଏହି ଐତିହାସିକ ଦୋଳଯାତ୍ରା।
ବସନ୍ତ ଋତୁର ଏହି ମହାମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେଇଛି ଅଶେଷ ଆନନ୍ଦ।ଦୋଳପଡିଆରେ ଖଚାଖଚ ଭିଡରେ ଭକ୍ତଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରି ଠାକୁରଙ୍କ ଉପରେ ଅବିର ଛିଚିଂ ଠାକୁର ଠାକୁରାଣୀଙ୍କ ନିକଟରେ ଆଶିଷ ଭିକ୍ଷା କରିଛନ୍ତି ଏବଂ ଦୋଳପଡିଆ ରେ ବୁଲାବୁଲି କରି କିଣାକିଣି କରି ମଜାନେଉଛନ୍ତି।ଘରେ ଘରେ ବନ୍ଧୁବାନ୍ଧବ ଭିଡ ମଧ୍ୟରେ ବେଶ ପଂଚୁଦୋଳ ଯାତ୍ରା ଚାଲିଛି।ଚଳିତ ବର୍ଷ ପଂଚୁଦୋଳ ମେଳନ ପଡିଆରେ ଦୋକାନ କରି ବ୍ୟବସାୟ କରି ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ମହିଳାମାନେ ନିର୍ଭୟ ରେ ବୁଲାବୁଲି କରୁଥିବା କହିଛନ୍ତି।
ପ୍ରତିବର୍ଷ ଭଳି ଛଣଗିରିର ଐତିହାସିକ ପଂଚୁଦୋଳ ଯାତ୍ରା ସୁରୁଖୁରୁରେ ହେଉ ପ୍ରଭୁ ଠାକୁରଙ୍କ ନିକଟରେ ପ୍ରାର୍ଥନା
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ